ସ୍ମାର୍ଟ ଫୋନ୍‌ ଫାଟି ମହିଳା ମୃତ

ନୂଆଦିଲ୍ଲୀ : ଶୋଇଥିବା ଅବସ୍ଥାରେ ଫୋନ୍‌ ଫାଟି ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣେ ୟୁଟ୍ୟୁବର୍‌ ଦାବି କରିଛନ୍ତି। ଏମ୍‌ଡି ଟକ୍‌ ​ଵାଇଟି ନାମକ ଚ୍ୟାନେଲ୍‌ ଚଲାଉଥିବା ୟୁଟ୍ୟୁବର୍‌ ମନ୍‌ଜିତ୍‌ ଉକ୍ତ ସ୍ମାର୍ଟ ଫୋନ୍‌ କମ୍ପାନୀକୁ ଟ୍ୟାଗ୍‌ କରି ଏସମ୍ପର୍କରେ ଟ୍ଵିଟ୍‌ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କର ଜଣେ ସଂପର୍କୀୟ ତକିଆ ପାଖରେ ତାଙ୍କ ‘ରେଡ୍‌ମି ୬ଏ’ ସ୍ମାର୍ଟ ଫୋନ୍‌ ରଖି ଶୋଇଥିବାବେଳେ ଏହା ଅଚାନକ ଭାବେ ଫାଟି ଥିଲା। ଫଳରେ ତାଙ୍କ ମୁହଁ ସମୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳ କିଛି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିବା ୟୁଟ୍ୟୁବର୍‌ ଦାବି କରିଛନ୍ତି। ଅନ୍ୟପକ୍ଷେ ଉକ୍ତ ଫୋନ୍‌ କମ୍ପାନୀ ଏ ମାମଲାରେ ଅନୁସନ୍ଧାନ ଆରମ୍ଭ କରିବା ସହ ଉକ୍ତ ପରିବାର ସହ ଯୋଗାଯୋଗ କରିବ ବୋଲି ପ୍ରତିକ୍ରିୟା ରଖିଛି।

ସମ୍ବନ୍ଧିତ ଖବର