ପାଣି ପାଇଁ ସଂଘର୍ଷରେ ମହିଳା ମୃତ

ଅମରାବତୀ : ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ପାଣିକୁ ନେଇ ଦୁଇଟି ମହିଳା ଦଳ ଭିତରେ ସଂଘର୍ଷ ଯୋଗୁ ଜଣେ ମହିଳାଙ୍କ ପ୍ରାଣ ଚାଲିଯାଇଛି। ଟ୍ୟାପରୁ ପାଣି ସଂଗ୍ରହ କରିବାକୁ ନେଇ ଝଗଡ଼ା ହୋଇଥିଲା। ତାଟିପୁଡ଼ି ପଦ୍ମା ନାମ୍ନୀ ମହିଳାଙ୍କୁ ଅନ୍ୟ କେତେଜଣ ମହିଳା ଇସ୍ପାତ ନିର୍ମିତ ପାତ୍ରରେ ବାଡ଼େଇବା ଯୋଗୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଟ୍ୟାପ ପାଣି ନେବା ପାଇଁ ମହିଳାମାାନେ ଲମ୍ବା ଧାଡ଼ିରେ ଠିଆ ହୋଇଥିଲେ। ଜଣେ ମହିଳା ଧାଡ଼ି ଭାଙ୍ଗିବା ପରେ ସଂଘର୍ଷର ସୂତ୍ରପାତ ହୋଇଥିଲା। ଏହି ମାମଲାରେ ପୁଲିସ କେତେକ ମହିଳାଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର