ଉତ୍ତପ୍ରଦେଶରେ: ସରକାର ଆଧାରକାର୍ଡକୁ ପ୍ରତ୍ୟେକଟି କ୍ଷେତ୍ରରେ ବାଧ୍ୟତାମୂଳକ କରିଛନ୍ତି। ତେଣୁ ବ୍ୟାଙ୍କ ଆକାଉଣ୍ଟର ଠାରୁ ଆରମ୍ଭ କରି ମୋବାଇଲ ଫୋନ୍ ,ସବସିଡି ଏମିତି କି ରାସନ୍ ନେବା ବେଳେ ବି ଆଧାର ନମ୍ବର ସଂଯୋଗ ଅନିବାର୍ଯ୍ୟ ହୋଇଛି। ତେବେ ଉତ୍ତରପ୍ରଦେଶ ବରେଲି ଜିଲ୍ଲାରେ ଜଣେ ମହିଳାଙ୍କ ଆଙ୍ଗୁଠି ଚିହ୍ନ ଆଧାର ବାୟୋମୋଟ୍ରିକ୍ ମେସିନ୍ରେ ମେଳ ନଖାଇବାରୁ ତାଙ୍କୁ ରାସନ୍ ମିଳି ନଥିଲା। ତେଣୁ ଅନାହାରରେ ତାଙ୍କର ମୃତ୍ୟୁ ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ମହିଳାଙ୍କ ନାମ ସକିନା ବୋଲି ଜଣାପଡ଼ିଛି।
ମୃତ ସକିନାଙ୍କ ସ୍ୱାମୀ ଇସ୍ହାକ୍ କହନ୍ତି, ‘ପାଞ୍ଚଦିନ ହେବ ସକିନା ଅସୁସ୍ଥ ଥିଲେ, ଘରେ ଖାଇବାକୁ ମୁଠାଏ ଚାଉଳ ନଥିବାରୁ ଚୁଲିବି ଜଳି ନଥିଲା। ଦୁହେଁ ଭୋକ ଉପବାସରେ ରହିଥିଲୁ। ତେବେ ମୁଁ ରାସନ୍ ନେବା ପାଇଁ ରାସନ୍ ବିତରଣ କେନ୍ଦ୍ରରେ ପହଞ୍ଚିଥିଲି। ରାସନ୍ ବିତରଣ କରୁଥିବା ଅଧିକାରୀ ପତ୍ନୀ ସକିନାଙ୍କ ଆଧାର ବାୟୋମେଟ୍ରିକ୍ରେ ଆଙ୍ଗୁଠି ଚିହ୍ନ ନଦେଲା ଯାଏଁ ମୋତେ ରାସନ୍ ଦେବେ ନାହିଁ ବୋଲି ମନା କରି ଦେଇଥିଲେ। ମୁଁ ବାଧ୍ୟ ହୋଇ ସକିନାକୁ ଅସୁସ୍ଥଅବସ୍ଥାରେ ବି ରିକ୍ସାରେ ବସାଇ ରାସନ୍ ବିତରଣ କେନ୍ଦ୍ରକୁ ଆଣିଥିଲି, ହେଲେ ବାୟୋମେଟ୍ରିକ୍ରେ ସକିନାଙ୍କ ଆଙ୍ଗୁଠି ଚିହ୍ନ ମେଳା ଖାଇ ନଥିଲା। ଯାହାଫଳରେ କି ଆମକୁ ରାସନ୍ ମିଳି ନଥିଲା। ସକିନାଙ୍କ ଅନାହାରରେ ମୃତ୍ୟୁ ହୋଇ ଯାଇଥିଲା।’

ଅକ୍ଟୋବରରେ ରାସନ୍କାର୍ଡରେ ଆାଧାରକାର୍ଡ ସଂଯୋଗ ନଥିବାରୁ ଅନାହାରରେ ଜଣେ ଝିଅର ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ଝାଡଖଣ୍ଡର ସିମେଦେଗା ଜିଲ୍ଲାରେ ଅନାହାରରେ ଜଣେ ୧୧ବର୍ଷର ଝିଅର ମୃତ୍ୟୁ ହୋଇଯାଇଥିଲା। ମୃତ ଝିଅର ପରିବାର ବର୍ଗ ଅଭିଯୋଗ କରିଥିଲେ କି, ସେମାନେ ରାସନ୍ କାର୍ଡ ସହିତ ଆଧାର ସଂଯୋଗ କରି ନଥିଲେ, ଫଳରେ ତାଙ୍କୁ ରାସନ୍ ମିଳି ନଥିଲା। ଶେଷରେ ଭୋକ ସହ୍ୟ କରି ନପାରି ଅନାହାରରେ ତାଙ୍କ ଝିଅର ମୃତ୍ୟୁ ହୋଇଥିଲା।
Woman in Bareilly died due to starvation.She was unwell for past 5 days. Husband was refused ration as ration shop owner allegedly demanded the woman be present for bio-metric fingerprint pic.twitter.com/6Hwd9UKuOZ
— ANI UP (@ANINewsUP) November 15, 2017