ନୂଆଦିଲ୍ଲୀ: ଗୁଜୁରାଟର ମୋର୍ବି ସହରରୁ ଗତ ନଭେମ୍ବର ୨୩ ତାରିଖରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦଳିତ କର୍ମଚାରୀ ମହିଳା ବ୍ୟବସାୟୀଙ୍କୁ ଦରମା ମାଗିବାରୁ ସେ ତାଙ୍କ ମୁଖରେ ଜୋତା ଲଗାଇ କ୍ଷମା ମାଗିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଦଲିତ କର୍ମଚାରୀଙ୍କ ଅଭିଯୋଗ କ୍ରମେ ମହିଳା ବ୍ୟବସାୟୀଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦଳିତ ଯୁବକଙ୍କ ନାମ ନୀଳେଶ ଦଲସାନିଆ। ନୀଳେଶ ମହିଳା ବ୍ୟବସାୟୀ ବିଭୂତି ପଟେଲ ଓ ତାଙ୍କ ସହିତ ମିଶିଥିବା କିଛି ଲୋକଙ୍କ ବିରୋଧରେ ମୋର୍ବି ସିଟି ଏ ଡିଭିଜନ ପୁଲିସ ଷ୍ଟେସନରେ ଅଭିଯୋଗ କରି କହିଛନ୍ତି, ‘ରଣୀବା ଇଣ୍ଡଷ୍ଟ୍ରିଜର ଏକ୍ସପୋର୍ଟ ବିଭାଗର ମାର୍କେଟିଂ ବିଭାଗରେ ମୁଁ ସେଲ୍ସ ମ୍ୟାନେଜର ଭାବେ କାମ କରୁଥିଲି।ମୁଁ ଅକ୍ଟୋବର ୨ ତାରିଖରେ ରଣୀବା ଇଣ୍ଡଷ୍ଟ୍ରିରେ ଚାକିରି କରିବା ଆରମ୍ଭ କରିଥିଲି। ଏହି ସମୟରେ କମ୍ପାନି ମୋତେ ୧୨,୦୦୦ଟଙ୍କା ଦରମା ଦେବାକୁ କହିଥିଲା। କିନ୍ତୁ ଅକ୍ଟୋବର ୧୮ ତାରିଖରେ ମୋତେ ଚାକିରିରୁ ବାହାର କରି ଦେଇଥିଲା। ଏହାପରେ ମୁଁ ମୋର କାମର ପାରିଶ୍ରମିକ ପାଇବା ପାଇଁ କମ୍ପାନିକୁ ଯାଇଥିଲି।
ଏହି ସମୟରେ ନିଜକୁ ବିଭୂତିଙ୍କ ଭାଇ କହୁଥିବା ଓମ ପଟେଲ ଓ ମହିଳା ବ୍ୟବସାୟୀ ମୋତେ ନିସ୍ତୁକ ମାଡ଼ ମାରିଥିଲେ। ବେଲଟରେ ମାଡ଼ ମାରିବା ସହିତ ମୋ ମୁହଁରେ ଜୋତା ମାଡ଼ ବି କରିଥିଲେ। କେବଳ ଏତିକି ନୁହେଁ ମୋତେ ସେମାନଙ୍କ ଚୋତା ଚାଟିବାକୁ କହିବା ସହିତ କ୍ଷମା ମାଗିବାକୁ କହିଥିଲେ। ଏହି ଘଟଣାକୁ କେନ୍ଦ୍ରକରି ମୁଁ ବିଭୂତି ପଟେଲ ଓରଫ ରାଣୀବା, ଓମ ପଟେଲ ଓ ସେମାନଙ୍କ ସହ ଥିବା ପରିକ୍ଷିତ,ଡିଡି ରବାରି ଆଉ କିଛି ଅଜଣାଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଏହି ଘଟଣା ପରେ ମୁଁ ଆପଣମାନଙ୍କୁ ପ୍ରଶ୍ନ କରୁଛି କି ଆଜ୍ଞା କାମ କରି ସାରିବା ପରେ ପାରିଶ୍ରମିକ ମାଗିବା କ’ଣ ମୋର ଭୁଲ ହୋଇଗଲାକି?’