ନୂଆଦିଲ୍ଲୀ: କେରଳର ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ସଂକ୍ରାନ୍ତରେ ମଙ୍ଗଳବାର ସୁପ୍ରିମ୍କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମ୍କୋର୍ଟ କହିଛନ୍ତି, ମନ୍ଦିର ପ୍ରଶାସନ ପକ୍ଷରୁ ମହିଳାଙ୍କ ପ୍ରବେଶ ନେଇ ଯେଉଁ ନିଷେଧାଦେଶ ଲାଗୁ ହୋଇଛି, ତାହା ସାମ୍ବିଧାନିକ ବ୍ୟବସ୍ଥା ଦୃଷ୍ଟିରୁ ଯୁକ୍ତିଯୁକ୍ତ ହେବା ଆବଶ୍ୟକ। ଯଦି ପ୍ରଶାସନ ଏ ନେଇ କୌଣସି ଯୁକ୍ତି ଦର୍ଶାଇ ନ ପାରେ, ତେବେ ନିଷେଧାଦେଶର କୌଣସି ମୂଲ୍ୟ ରହିବ ନାହିଁ। ତା’ଛଡ଼ା କେଉଁ ପୁରୁଣା ଧାର୍ମିକ ବିଶ୍ୱାସକୁ ଆଖିରେ ରଖି ଏଭଳି ନିୟମ ଅଣାଯାଇଛି ଏବଂ ଏହା କେତେବର୍ଷ ହେଲା ଚଳିଆସୁଛି, ସେଥିପାଇଁ ମନ୍ଦିର ପ୍ରଶାସନ ସ୍ପଷ୍ଟ ଭାବେ ଦର୍ଶାଇବା ଆବଶ୍ୟକ। ତେବେ ସବୁଠୁ ମୁଖ୍ୟ କଥା ହେଉଛି ମନ୍ଦିର ପ୍ରଶାସନ ଯାହା ବି ପଦକ୍ଷେପ ନିଅନ୍ତୁ ବା ଯେଉଁପ୍ରକାର ନିୟମ ଆଣନ୍ତୁ, ତାହା ସାମ୍ବିଧାନିକ ନୀତିନିୟମ ଦିଗରୁ ସ୍ୱୀକୃତ ହେବା ଉଚିତ ବୋଲି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି।
ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗ:ନିଷେଧାଦେଶର ଯାଞ୍ଚ ଜରୁରୀ: ସୁପି୍ରମ୍କୋର୍ଟ
/sambad/media/post_attachments/wp-content/uploads/2018/07/sabarimala.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)