ନାରୀ ନିର୍ଯ୍ୟାତନା ମାମଲା:ଯେକୌଣସି ସ୍ଥାନରୁ ରୁଜୁ ହୋଇପାରିବ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ ରାୟ ଦେଇଛି। ନିର୍ଯାତିତ ମହିଳା ତାଙ୍କ ସ୍ୱାମୀ ବିରୋଧରେ ଯେକୌଣସି ସ୍ଥାନରୁ ମାମଲା ରୁଜୁ କରିପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତିି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେଇଥିବା ରାୟରେ କୁହାଯାଇଛି ଯେ ବାଧ୍ୟବାଧକତାରେ ଶ୍ୱଶୁରଘର ଛାଡିଥିବା ନିର୍ଯାତିତ ମହିଳାମାନେ ଆଇପିସିର ଧାରା ୪୯୮ଏ ଆଧାରରେ ଯେକୌଣସି ସ୍ଥାନରୁ ଅପରାଧିକ ମାମଲା ରୁଜୁ କରିପାରିବେ। ସେହି ସ୍ଥାନଟି ଅସ୍ଥାୟୀ ହେଉ କିମ୍ବା ମହିଳାଙ୍କ ବାପଘର ହେଉ ଯେଉଁଠୁ ବି ପୀଡିତା ମହିଳାଙ୍କ ଦ୍ୱାରା ମାମଲା ରୁଜୁ କରାଯାଇପାରିବ।

ସମ୍ବନ୍ଧିତ ଖବର