ନୂଆଦିଲ୍ଲୀ : ଇସ୍ରାଏଲ୍ ଜଣେ ମହିଳା ଲଗାତାର ୩ ସପ୍ତାହ ଧରି ଲିକ୍ୟୁଡ୍ ଡାଏଟ୍ରେ ରହିବାରୁ ବ୍ରେନ୍ ହାମ୍ରେଜ୍ର ଶିକାର ହୋଇଛନ୍ତି । ମହିଳାଙ୍କ ବୟସ ୪୦ବର୍ଷ ବୋଲି ଜଣା ପଡ଼ିଥିବା ବେଳେ ବିନା ଲାଇସେନ୍ସଧାରୀ ଥେରାପିଷ୍ଟଙ୍କଠାରୁ ପରାମର୍ଶ ନେଇ ତାଙ୍କର ଆଜି ଏଭଳି ଅବସ୍ଥା ହୋଇଥିବା ଜଣାପଡ଼ିଛି ।
/sambad/media/post_attachments/wp-content/uploads/2019/04/iStock-637947976-300x201.jpg)
ଥେରାପିଷ୍ଟଙ୍କ କହିବା ଅନୁଯାୟୀ ମହିଳା ଖାଦ୍ୟ ଖାଇବା ବନ୍ଦ କରିବା ସହ ୩ସପ୍ତାହ ଧରି ଫଳ ରସ ଏବଂ ପାଣି ପିଇ ବଞ୍ଚୁଥିଲେ । ଯାହାଦ୍ୱାରା ତାଙ୍କ ଶରୀରରେ ଲବଣ ଅଭାବ ହେବା ହେତୁ ଏପରି ହୋଇଥିବା କହିଛନ୍ତି ଡ଼ାକ୍ତର । ଡ଼ାକ୍ତରଙ୍କ କହିବା ଅନୁଯାୟୀ, କେବଳ ଲିକ୍ୟୁଡ୍ ଡାଏଟ୍ରେ ରହିବା ହେତୁ ମହିଳାଙ୍କ ଓଜନ ୪୦କିଲୋ ହୋଇ ଯିବା ସହ ତାଙ୍କ ଶରୀରର ଆକାର ଖରାପ ହୋଇ ଯାଇଛି । ଲିକ୍ୟୁଡ୍ ଡାଏଟ୍ ପାଇଁ ମହିଳାଙ୍କ ବ୍ରେନ୍ ସବୁଦିନ ପାଇଁ ହାମ୍ରେଜ୍ ହୋଇଯାଇପାରେ ବୋଲି ଡ଼ାକ୍ତର ଆଶଙ୍କା କରୁଛନ୍ତି । ମହିଳା ଏବେ ଯେଉଁ ସ୍ଥିତି ଦେଇ ଗତି କରୁଛନ୍ତି, ତାକୁ ଡ଼ାକ୍ତରୀ ଭାଷାରେ ହାଇପୋନେଟ୍ରେମିଆ ବୋଲି କୁହାଯାଏ । ରକ୍ତରେ ସୋଡିୟମର ସ୍ଥିର କମ ହେଲେ ଏପରି ସମସ୍ୟା ଦେଖା ଯାଇଥାଏ ।