ଝିଅକୁ ବଞ୍ଚାଇବା ପାଇଁ ଚିତାବାଘ ସହ ଲଢ଼ିଲା ସାହସୀ ମା’! ବିକଳରେ ବାଘମୁଣ୍ଡକୁ କାଠଗଣ୍ଡିରେ ପିଟିଲା

କୋଏମ୍ବାଟୁର : ନିଜ ୧୧ ବର୍ଷିୟ ଝିଅକୁ ବଞ୍ଚାଇବାକୁ ଯାଇ ଚିତାବାଘ ସହ ଲଢ଼ିଛି ମା’ । ନିଜ ଜୀବନକୁ ଖାତିର ନ କରି ଚିତାବାଘ ମୁହଁରୁ ନିଜ ଝିଅକୁ ଛଡ଼ାଇ ଆଣିଛନ୍ତି ଭଲପରାଇ ଜିଲ୍ଲାର ମୁଥୁଲକ୍ଷ୍ମୀ । ରାତି ସମୟରେ ଘର ପଛପଟକୁ ଯାଇଥିବା ବେଳେ ଚିତାବାଘଟି ମୁଥୁଲକ୍ଷ୍ମୀଙ୍କ ଝିଅ ଉପରକୁ ଆକ୍ରମଣ କରିଥିଲା । ଝିଅର ବେକକୁ ଧରି ଟାଣି ଟାଣି ନେଉଥିବା ବେଳେ ମୁଥୁଲକ୍ଷ୍ମୀ ଚିତାବାଘ ଉପରକୁ ଆକ୍ରମଣ କରିଥିଲେ । ଯାହା ଫଳରେ ଚିତାବାଘଟି ଡ଼ରି ଯାଇ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା ।

Wikipedia

ସୂଚନା ମୁତାବକ, ମୁଥୁଲକ୍ଷ୍ମୀ ଏବଂ ତାଙ୍କ ଝିଅ ଘର ପାଇଁ କାଠ ଆଣିବାକୁ ଘର ପଛପଟକୁ ଯାଇଥିଲେ । ଅନ୍ଧାର ହୋଇଥିବାରୁ ଜଙ୍ଗଲରୁ ଏକ ବାଘ ଆସି ମୁଥୁଲକ୍ଷ୍ମୀଙ୍କ ଝିଅର ବେକକୁ ମୁହଁରେ ଧରି ଟାଣି ନେଇ ଦଉଡ଼ିବାକୁ ଉଦ୍ୟମ କରିିଥିଲା । ଏହାକୁ ଦେଖି ମୁଥୁଲକ୍ଷ୍ମୀ ଆଶ୍ଚର୍ଯ୍ୟ ହୋଇଯିବା ସହ କ’ଣ କରିବେ ଜାଣି ପାରି ନଥିଲେ । ଶେଷରେ ଅନ୍ୟ କିଛି ବାଟ ନ ପାଇଁ ହାତରେ ଧରିଥିବା କାଠ ଗଣ୍ଡିରେ ବାଘର ମୁଣ୍ଡକୁ ଜୋରରେ ମାରିଥିଲେ । ଏହି ପ୍ରହାରରେ ଡ଼ରି ଯାଇ ବାଘଟି ମୁଥୁଲକ୍ଷ୍ମୀଙ୍କ ଝିଅକୁ ଛାଡ଼ି ଜଙ୍ଗଲ ଭିତରକୁ ଦୌଡ଼ି ଚାଲି ଯାଇଥିଲା । ଏହି ଘଟଣା ପରେ ପୀଡ଼ିତାଙ୍କୁ ତୁରନ୍ତ ପୋଲାଚିରେ ଥିବା ଡ଼ାକ୍ତରଖାନାକୁ ନିଆଯାଇଥିଲା । ଏ ନେଇ ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ଏବେ ଆକ୍ରମଣକାରୀ ବାଘକୁ ଖୋଜିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର