ନୂଆଦିଲ୍ଲୀ: ଚମତ୍କାର ବୋଲି କିଛି ଜିନିଷ ରହିଛି, ଯାହାକୁ ପ୍ରମାଣ କରିଛି ନିଉ ଜର୍ସିରେ ଘଟିଥିବା ଏକ ଘଟଣା । ନିଜ ଜର୍ସିରେ ରହୁଥିବା ଜଣେ ମହିଳାଙ୍କୁ ନିର୍ବନ୍ଧରେ ମିଳିଥିବା ମୁଦିକୁ ସେ ୯ବର୍ଷ ପୂର୍ବେ ହଜାଇ ଦେଇଥିଲେ । ଏବେ ସେ ୯ବର୍ଷ ପୂର୍ବେ ହଜାଇଥିବା ମୁଦିକୁ ଫେରି ପାଇଥିବା ଜଣା ପଡ଼ିଛି । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ସୂଚନା ମୁତାବକ, ଟଏଲେଟ୍ ଯାଇଥିବା ବେଳେ ଭୁଲବଶତଃ ମହିଳାଙ୍କ ମୁଦି ଟଏଲେଟ୍ ପ୍ୟାନ୍ ଭିତରେ ପଡ଼ି ଭିତରକୁ ଚାଲି ଯାଇଥିଲା । ଏହି ଘଟଣା ପରେ ସେ କେବେ ହେଲେ ତାଙ୍କ ମୁଦିକୁ ଫେରି ପାଇବେ ନାହିଁ ବୋଲି ଭାବି ନେଇଥିଲେ । କିନ୍ତୁ ୯ବର୍ଷ ପରେ ତାଙ୍କ ଘର ପାଖରେ ଥିବା ମ୍ୟାନ୍ହୋଲରେ ୪୦୦ଫୁଟ୍ ତଳେ ସଫେଇ କାମ ଚାଲୁଥିବା ବେଳେ ଏକ ଚମକୁଥିବା ଜିନିଷ ସଫେଇ କର୍ମଚାରୀଙ୍କୁ ମିଳିଥିଲା । ଯାହାକୁ ସେ ସଫେଇ କାମ ଦାୟିତ୍ୱରେ ଥିବା ମୁଖ୍ୟ ଟେଡ଼୍ ଗୋଗୋଲଙ୍କୁ ଦେଖାଇଥିଲେ ।
Insiderଟେଡ଼୍ ଗୋଗୋଲ ମୁଦି ଦେଖିବା ପରେ ପାଖରେ ରହୁଥିବା ମହିଳାଙ୍କ କଥା ମନେ ପଡ଼ିଥିଲା । ୩ମାସ ପୂର୍ବରୁ ମହିଳାଜଣଙ୍କ ଟେଡ଼୍ଙ୍କୁ ନିଜ ମୁଦି ହଜିବା କଥା ଜଣାଇଥିଲେ । ମନେ ପଡ଼ିବା ପରେ ଟେଡ଼୍ ମହିଳାଙ୍କୁ ନେଇ ମିଳିଥିବା ମୁଦିଟି ଦେଖାଇଥିଲେ । ଯାହା ପରେ ମହିଳାଜଣଙ୍କ ନିଜ ମୁଦିକୁ ଚିହ୍ନ ପାରିବା ସହ ୯ବର୍ଷ ପରେ ମୁଦିକୁ ଫେରି ପାଇ ଖୁସି ହୋଇ ଯାଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/diamond_ring_1544533149_725x725.jpg)