ନୂଆଦିଲ୍ଲୀ: ବିମାନ ଭିତରେ ବିଶୃଙ୍ଖଳିତ ଯାତ୍ରୀଙ୍କ ଉଚ୍ଛଙ୍ଖଳିତ ଆଚରଣ ପାଇଁ ସମାଲୋଚନା ଏବଂ ଯାଞ୍ଚର ସମ୍ମୁଖୀନ ହେଉଥିବା ଏୟାର ଇଣ୍ଡିଆ ପୁଣି ଆଉ ଏକ ନୂଆ ବିବାଦରେ ଛନ୍ଦିହୋଇ ପଡିଛି। ଏଥର, ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀଙ୍କୁ ପରିବେଷଣ କରାଯାଇଥିବା ଭୋଜନରୁ ଏକ ପଥର ଖଣ୍ଡ ବାହାରିବା ପରେ ଏବେ ଅଡ଼ୁଆରେ ପଡ଼ିଛି ଏୟାର ଇଣ୍ଡିଆ।
ଏୟାର ଇଣ୍ଡିଆ ବିମାନ ୨୧୫ରେ ଯାତ୍ରା କରୁଥିବା ସର୍ବପ୍ରିୟା ସାଙ୍ଗୱାନ ନାମ୍ନୀ ଜନୈକା ଯାତ୍ରୀଙ୍କ ଭୋଜନରୁ ପଥର ଖଣ୍ଡ ବାହାରିଛି। ଏହାପରେ ସେ ତାଙ୍କ ଟ୍ଵିିଟର ହାଣ୍ଡେଲରେ ଭୋଜନର ଦୁଇଟି ଚିତ୍ର ସେୟାର କରିଛନ୍ତି, ଯେଉଁଥିରେ ଏକ ଛୋଟ ପଥର ଖଣ୍ଡ ଦେଖିବାକୁ ମିଳୁଛି। ସେ ଏହି ଟ୍ଵିିଟ୍କୁ ଏୟାର ଇଣ୍ଡିଆକୁ ଟ୍ୟାଗ୍ କରି ଲେଖିଛନ୍ତି, ‘ଏୟାର ଇଣ୍ଡିଆ, ପଥରମୁକ୍ତ ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ଆପଣଙ୍କୁ ସମ୍ବଳ ଏବଂ ଅର୍ଥର ଆବଶ୍ୟକତା ନାହିଁ। ଆଜି ବିମାନ ଏଆଇ ୨୧୫ରେ ପରିବେଷଣ କରା ଯାଇଥିବା ମୋର ଖାଦ୍ୟରେ ମୁଁ ଏହାକୁ ପାଇଲି। କ୍ରୁ ସଦସ୍ୟ, ଶ୍ରୀମତୀ ଜାଡନଙ୍କୁ ସୂଚନା ଦିଆଯାଇଥିଲା। ଏ ପ୍ରକାରର ଅବହେଳା ଗ୍ରହଣୀୟ ନୁହେଁ।’
You don’t need resources and money to ensure stone-free food Air India (@airindiain). This is what I received in my food served in the flight AI 215 today. Crew member Ms. Jadon was informed.
This kind of negligence is unacceptable. #airIndia pic.twitter.com/L3lGxgrVbz— Sarvapriya Sangwan (@DrSarvapriya) January 8, 2023
ଏହି ଟ୍ଵିିଟ୍ ଅନେକ ଟ୍ଵିଟର ବ୍ୟବହାରକାରୀଙ୍କୁ କ୍ରୋଧିତ କରିଛି ଯେଉଁମାନେ ଟାଟା ଗ୍ରୁପ୍ ମାଲିକାନାରେ ଥିବା ବିମାନ ସେବାକୁ ଘୋର ଅବହେଳା ପାଇଁ ସମାଲୋଚନା କରିଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, ଏୟାର ଇଣ୍ଡିଆ ଏୟାରଲାଇନ୍ସ ଶିଳ୍ପରେ ସର୍ବୋତ୍ତମ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାର ଥିଲା! କିନ୍ତୁ, ଏହା ଭାରତୀୟ ରେଳବାଇ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣାପଡିଛି!’
ଅନ୍ୟପକ୍ଷରେ ତାଙ୍କ ଟ୍ଵିଟ୍ର ଉତ୍ତର ଦେଇ ଏୟାର ଇଣ୍ଡିଆ ଲେଖିଛି, ‘ପ୍ରିୟ ମାମ୍, ଆମେ ଘଟଣାକୁ ତୁରନ୍ତ ଆମର କ୍ୟାଟରିଂ ଟିମ୍କୁ ଜଣାଇଛୁ। ଦୟାକରି ଆମକୁ କିଛି ସମୟ ଦିଅନ୍ତୁ। ଆମେ ପ୍ରଶଂସା କରୁଛୁ ଯେ ଆପଣ ଏହାକୁ ଆମ ଦୃଷ୍ଟିକୁ ଆଣିଲେ।’