ଟିଆର୍‌ଏସ୍‌ ବିଧାୟକଙ୍କ ଭାଇଙ୍କ ଗୁଣ୍ଡାଗର୍ଦି, ବୃକ୍ଷରୋପଣ ପାଇଁ ଯାଇଥିବା ମହିଳା ଅଧିକାରୀଙ୍କୁ ନିସ୍ତୁକ ପିଟିଲେ

ହାଇଦ୍ରାବାଦ୍‌ : ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆର୍‌ଏସ୍‌) ସିରପୁରର ବିଧାୟକ କୋନେରୁ କୋନେପ୍ପାଙ୍କ ଭାଇ କୋନେରୁ କୃଷ୍ଣା ରାଓଙ୍କ ଗୁଣ୍ଡାଗର୍ଦି ଏବେ ସମସ୍ତଙ୍କ ସାମ୍ନାକୁ ଆସି ଯାଇଛି । ଜଣେ ମହିଳା ବନବିଭାଗ ଅଧିକାରୀଙ୍କୁ ମାଡ଼ ମାରିବାର ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି । ଭାଇରାଲ ହୋଇଥିବା ଭିଡିଓରେ ବିଧାୟକଙ୍କ ଭାଇ ମହିଳା ଅଧିକାରୀଙ୍କୁ ବାଡ଼ି ଧରି ମାଡ଼ ମାରୁଥିବା ଦେଖା ଯାଇଛି । ଘଟଣା ସ୍ଥଳରେ ପୁଲିସର ପୂରା ଟିମ୍‌ ଥବା ବେଳେ ଟିଆର୍‌ଏସ୍‌ କର୍ମକର୍ତ୍ତାମାନେ ସମସ୍ତଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ।

ମିଳିଥିବା ସୂଚନା ମୁତାବକ, ବନବିଭାଗ ଅଧିକାରୀ ସି ଅନୀତା ରବିବାର ସକାଳେ ସିରପୁରର ସରସାଲା ଗାଁକୁ ବୃକ୍ଷରୋପଣ କରିବାକୁ ଯାଇଥିଲେ । ତେଲେଙ୍ଗାନା ସରକାରଙ୍କ ହରିତା ହରମ ଅଭିଯାନ ଅନୁଯାୟୀ ସି ଅନୀତା ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ୨୦ଜଣ କର୍ମଚାରୀଙ୍କ ସହ ସି ଅନୀତା ବୃକ୍ଷରୋପଣ ପାଇଁ ଯାଇଥିବା ବେଳେ ବୃକ୍ଷରୋପଣ କରୁଥିବା ଜମି ସରକାରଙ୍କର ନୁହେଁ ବରଂ ଆମର ବୋଲି ଜଣେ ଗ୍ରାମବାସୀ ଦାବି କରିଥିଲେ । ଯାହା ପରେ ଝଗଡ଼ା ଆରମ୍ଭ ହେବା ସହ ଗ୍ରାମବାସୀମାନେ ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ଦେଇଥିଲେ । ଏ ସମୟରେ ଲୋକେ ବିଧାୟକ କୋନେରୁ କୋନେପ୍ପାଙ୍କ ଭାଇ କୋନେରୁ କୃଷ୍ଣା ରାଓଙ୍କୁ ଫୋନ କରିବା ପରେ ସେ ନିଜର ସମର୍ଥକଙ୍କୁ ଧରି ସେଠାରେ ପହଞ୍ଚିବା ସହ ବନବିଭାଗ କର୍ମଚାରୀଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ ।

ସମ୍ବନ୍ଧିତ ଖବର