ଲକ୍ଷ୍ନୌ: ହତ୍ୟାକାରୀ ସଜାଇଲା ଯୌତୁକ ଆଣିବା ନିଶା। ବିବାହର ମାତ୍ର ୧୫ଦିନ ପରେ ପତ୍ନୀ ଉପରେ ଯୌତୁକ ଆଣିବା ପାଇଁ ଚାପ ପକାଇଥିଲା ସ୍ବାମୀ। ମର୍ଚ୍ଚାଣ୍ଟ ନେଭି ଭଳି ପେସାରେ ଥାଇ ମଧ୍ୟ ଅଭିଯୁକ୍ତ ସ୍ବାମୀର ଏଭଳି ଚିନ୍ତାଧାରା ଥିବା ଜାଣି ଏବେ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ସବୁଠୁ ବଡ଼ କଥା ହେଲା ଅଭିଯୁକ୍ତ ଯୌତୁକ ନମିଳିବାରୁ ସ୍ତ୍ରୀର ଗର୍ଭନଷ୍ଟ କରିବା ସହ ଉଲଗ୍ନ କରି ପିଟିଥିଲା। ଅଗଷ୍ଟ ୪ ତାରିଖରେ ସ୍ତ୍ରୀର ମୃତଦେହ ଘରୁ ଝୁଲନ୍ତା ଅବସ୍ଥାରେ ମିଳିବା ପରେ ଏବେ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ପତ୍ନୀ ଆତ୍ମହତ୍ୟା କରିଥିବା ନେଇ ଦାବି କରୁଥିବା ସ୍ବାମୀକୁ ଉଠାଇ ନେଇ ଏବେ ପୁଲିସ ପଚରାଉଚରା ଆରମ୍ଭ କରିଥିବା ସାମ୍ନାକୁ ଆସିଛି। ମୃତକଙ୍କ ନାମ ମଧୁ ସିଂହ ବୋଲି ଜଣାପଡ଼ିଥିବା ବେଳେ ଅଭିଯୁକ୍ତ ସ୍ବାମୀର ନାମ ଅନୁରାଗ ସିଂହ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ମଧୁ ଏହି ବର୍ଷ ଫେବ୍ରୁଆରି ୨୫ତାରିଖରେ ହଂକଂ ସ୍ଥିତ ଏକ ଜାହାଜ କମ୍ପାନିରେ ଦ୍ୱିତୀୟ ଅଧିକାରୀ ଭାବେ କାମ କରୁଥିବା ଅନୁରାଗଙ୍କୁ ବିବାହ କରିଥିଲେ। ମାଟ୍ରିମୋନି ସାଇଟ୍ରୁ ବିବାହ ପ୍ରସ୍ତାବ ଆସିବା ପରେ ଦୁହେଁ ବିବାହ କରିଥିଲେ। ବିବାହ ସମୟରେ ଅନୁରାଗ ୧୫ଲକ୍ଷ ଟଙ୍କା ମାଗିଥିଲେ। ହେଲେ ଆର୍ଥିକ ସମସ୍ୟା ଥିବାରୁ ୧୫ଲକ୍ଷ ଟଙ୍କା ଦେବା ପରିବର୍ତ୍ତେ ୫ଲକ୍ଷ ଦେଇପାରିବୁ ବୋଲି କହିଥିଲେ ମଧୁଙ୍କ ପରିବାର। ୫ଲକ୍ଷ ନେଇ ବିବାହ କରିବା ପରେ ବି ଚୁପ୍ ବସିନଥିଲେ ଅନୁରାଗ। ବିବାହର ମାତ୍ର ୧୫ଦିନ ପରେ ସେ ମଧୁଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ସ୍ବାମୀ ମାଡ଼ ମାରିବାରୁ ବାପ ଘରକୁ ଚାଲିଆସିଥିଲେ ମଧୁ। ମାଡ଼ ମାରିବା ପଛର କାରଣ ଜାଣିବା ପରେ ଦାବି ଅନୁଯାୟୀ ଯୌତୁକ ଟଙ୍କା ଦେଇ ମଧୁଙ୍କୁ ଶାଶୂଘରେ ଛାଡ଼ିଥିଲେ ତାଙ୍କ ବାପା।
ମଧୁଙ୍କ ବଡ଼ ଭଉଣୀ ପ୍ରିୟା କହିଛନ୍ତି ଯେ, ଅନୁରାଗର ଆଚରଣ ହିଂସାତ୍ମକ ଏବଂ ଅସ୍ୱାଭାବିକ ଥିଲା। ସେ ମଧୁଙ୍କୁ ଛୋଟ ଛୋଟ କଥାରେ ମାରପିଟ କରୁଥିଲେ। ଏପରିକି ଠିକ୍ ସ୍ଥାନରେ ଥାଳି ନରଖିଲେ ବି ମାଡ଼ ମାରୁଥିଲେ। ସେ ତାଙ୍କୁ ମଦ୍ୟପାନ କରିବାକୁ ବାଧ୍ୟ କରୁଥିଲେ ଏବଂ ତାଙ୍କୁ ତାଙ୍କ ବନ୍ଧୁ ଓ ଆମଠାରୁ ଅଲଗା କରିଦେଇଥିଲେ। ଅନୁରାଗ ଘରେ ଥିବା ବେଳେ ମଧୁକୁ ଫୋନରେ କଥା ହେବାକୁ ଅନୁମତି ଦେଉନଥିଲେ। ସେ ଘର ବାହାରକୁ ଗଲେ ହିଁ ମଧୁ ଆମକୁ ଫୋନ କରି ସବୁ ଜଣାଉଥିଲା। ଅଗଷ୍ଟ ୪ତାରିଖ ରାତି ୧୨ଟାରେ ଅନୁରାଗ ପୁଲିସକୁ ମଧୁ ଆତ୍ମହତ୍ୟା କରିଥିବା ନେଇ ଜଣାଇଥିଲା ଓ ନିଜେ ହିଁ ତା’ର ଝୁଲନ୍ତା ଶବକୁ ତଳକୁ ଆଣିଥିଲା। ଆମ ପାଖରେ ଘଟଣା ଘଟିବାର ୫ଘଣ୍ଟା ପରେ ଖବର ପହଞ୍ଚିଥିଲା। ଅନୁରାଗ ମୋ ଭଉଣୀକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଛି।"
ତେବେ ମଧୁଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ଏବେ ଅନୁରାଗକୁ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି ପୁଲିସ।
Lucknow | Woman Found Dead
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/08/06/new-project-4-2025-08-06-15-52-16.jpg)