ଲକ୍ଷ୍ନୌ: ‘ୟୁଟ୍ୟୁବ୍ ଚାନେଲ୍’ରେ ଇଂରାଜୀ ଶିକ୍ଷା ଦେଇ ଉତ୍ତର ପ୍ରଦେଶ ରାଜ୍ୟର ଜଣେ ଗାଉଁଲି ମହିଳା ମାସକୁ ପ୍ରାୟ ୨୫ ହଜାର ଟଙ୍କା ଆୟ କରୁଥିବା କଥା କେତେକ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
କୌଶାମ୍ବୀ ଜିଲ୍ଲାର ତିରାଥୁ ନଗର ପଞ୍ଚାୟତବାସିନୀ ଯଶୋଦା ଲୋଧି ନାମ୍ନୀ ମହିଳା ଚଳାଉଥିବା ଏହି ଜନପ୍ରିୟ ‘ୟୁଟ୍ୟୁବ୍ ଚାନେଲ୍’ ହେଉଛି ‘ଇଂଲିଶ୍ ୱିଥ୍ ଦେହାତୀ ମାଡାମ୍’। ତାଙ୍କର ‘ସବ୍ସ୍କ୍ରାଇବର୍’ ପ୍ରାୟ ୨.୯ ଲକ୍ଷ ଓ ‘ଭିୟୁ’ ୨.୬ କୋଟି।
ସଂଗୃହୀତ ସୂଚନା ଅନୁସାରେ, ଝିଅ ବୋଲି ହେୟଜ୍ଞାନ କରି ଯଶୋଦାଙ୍କ ବାପାମାଆ ତାଙ୍କୁ ପିଲାଟି ବେଳୁ ଜଣେ ସମ୍ପର୍କୀୟଙ୍କ ହାତକୁ ଟେକି ଦେଇଥିଲେ। ତାଙ୍କୁ ଝିଅ କରି ନେଇଥିବା ସମ୍ପର୍କୀୟମାନେ ଯଶୋଦାଙ୍କୁ ଯେନତେନ ପ୍ରକାରେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଇ ଜଣେ ଦିନମଜୁରିଆ ସହିତ ବିଭା କରାଇ ଦେଇଥିଲେ। କିନ୍ତୁ, ଦୁର୍ଘଟଣାର ସରବ୍ୟ ହୋଇ ତାଙ୍କ ସ୍ବାମୀ ରୋଜଗାର ଅକ୍ଷମ ହୋଇଗଲେ। ସ୍ବାମୀଙ୍କ ଚିକିତ୍ସା ନିମନ୍ତେ ଘରଲୋକେ କରିଥିବା ଋଣ ପରିଶୋଧ କରିବା ଅସମ୍ଭବ ହୋଇପଡ଼ିଲା।
Image Courtesy of Indian Expressକିନ୍ତୁ, ନିଜ ପ୍ରଚେଷ୍ଟା ଓ ଉଦ୍ୟମରେ ନିଜେ ନିଜେ ବିଦ୍ୟା ଅଧ୍ୟୟନ କରିଥିବା ୨୯ ବର୍ଷୀୟ ଅଦମ୍ୟ ଯଶୋଦା ତାଙ୍କ ପରି ମଫସଲୀ ମହିଳାମାନଙ୍କୁ ଇଂରାଜୀ ଶିକ୍ଷା ଦେଇ ଉପାର୍ଜନ କରିବାକୁ ମନସ୍ଥ କରି ୨୦୨୨ ମେ ମାସରେ ‘ୟୁଟ୍ୟୁବ୍ ଚାନେଲ୍’ ଖୋଲିଲେ। ନିଜର ସାମାଜିକ ବାସ୍ତବତାକୁ ସ୍ବୀକାର କରି ଚାନେଲ୍ର ନାଁ ରଖିଲେ ‘ଇଂଲିଶ୍ ୱିଥ୍ ଦେହାତୀ ମାଡାମ୍’।
ସେବେଠାରୁ ସେ ଇଂରାଜୀ ଶିକ୍ଷା ଉପରେ ଆଧାରିତ ୨୬୮ଟି ଭିଡିଓ ଅପ୍ଲୋଡ୍ କଲେଣି। ଶାଢ଼ି ପିନ୍ଧି ମଥାରେ ‘ବିନ୍ଦି’ ଲଗାଇ ଯଶୋଦା ‘ଇଂରାଜୀ କଥନ’ ଓ ବ୍ୟାକରଣର ଉପଯୁକ୍ତ ବ୍ୟବହାର ଆଦି ଶିକ୍ଷା ଦେଉଛନ୍ତି।
Image Courtesy of The Times of Indiaସେଥିରୁ ଗୋଟିଏ ଭିଡିଓରେ ସେ କହିଛନ୍ତି, ଆମେ ଅନର୍ଗଳ ଇଂରାଜୀ କହି ନ ପାରିବାର ଅସୁବିଧା ହେଉଛି ଅନୁବାଦ। କାରଣ ଆମେ ଇଂରାଜୀରେ ନ ଭାବି, ଆମର ଭାବନାକୁ ଇଂରାଜୀରେ ଅନୁବାଦ କରି କହିଥାଉ। ତେଣୁ, ଇଂରାଜୀରେ ଭାବି ଶିଖିବା ଆବଶ୍ୟକ। ଏହାର ବିକାଶ ପାଇଁ ବହି ପଢ଼ା ଅଭ୍ୟାସ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/Labours-Wife-Earning-25K-By-Giving-English-Teaching-in-YouTube_Thumbnail-1.jpg)