ତିରୁପୁର: ତାମିଲନାଡୁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୨୭ ବର୍ଷୀୟା ଓଡ଼ିଆ ମହିଳାଙ୍କୁ ବନ୍ଧୁକ ମୁନରେ ତାଙ୍କ ସ୍ବାମୀଙ୍କ ସମ୍ମୁଖରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ବିହାରର ୩ ଜଣ ଶ୍ରମିକ ଏହି କାଣ୍ଡ ରଚିଥିବା ଅଭିଯୋଗ ହୋଇଛି।
ତିରୁପୁରୁ ନର୍ଥ ଅଲ୍-ୱମ୍ୟାନ୍ ପୁଲିସ୍ ମଙ୍ଗଳବାର ରାତିରେ ଏହି ୩ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଛି ଯେ ମହିଳା ଜଣକ ତାଙ୍କ ସ୍ବାମୀ ଓ ୩ ବର୍ଷର ପିଲାକୁ ନେଇ ଫେବ୍ରୁଆରି ୧୭ ତାରିଖ ( ସୋମବାର ) ଦିନ ତିରୁପୁର ଯାଇଥିଲେ। ସେ ସେଠାକୁ ନିଜ ପାଇଁ ଚାକିରି ଖୋଜିବାକୁ ଯାଇଥିଲେ ବୋଲି ଜାଣିବାକୁ ମିଳିଛି।
ସେମାନେ ତିରୁପୁର ରେଳବାଇ ଷ୍ଟେସନ୍ ନିକଟସ୍ଥ ପୁଷ୍ପା ଜଙ୍କ୍ସନ୍ରେ ଛିଡ଼ା ହୋଇଥିଲେ। ସେତିକି ବେଳେ ୩ ଅଭିଯୁକ୍ତ ମହମ୍ମଦ ନଦିମ, ମହମ୍ମଦ ଦାନିସ୍ ଓ ମହମ୍ମଦ ମୁର୍ସିତ୍ ସେମାନଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ନିଜ ସାଙ୍ଗରେ ନେଇ ଯାଇଥିଲେ। ସେମାନେ ବି ଚାଲି ଯାଇଥିଲେ। ଅଭିଯୁକ୍ତମାନେ ପୀଡ଼ିତା ଓ ତାଙ୍କ ସ୍ବାମୀଙ୍କୁ ସେଠାରେ ରାତିରେ ରହିବାକୁ କହିଲେ।
ସେମାନେ ରାତିରେ ରହିବାକୁ ୩ ଶ୍ରମିକ ପୁରୁଷ ଜଣଙ୍କୁ ଏକ ଦୌଡ଼ିରେ ବାନ୍ଧି ଦେଇ ତାଙ୍କ ସମ୍ମୁଖରେ ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିଥିଲେ। ଯଦି ସେମାନେ ଏ ସଂପର୍କରେ ପୁଲିସ୍ରେ ଜଣାନ୍ତି ତ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/02/20/XavqHbvdq5zN619EQXhm.jpg)