୮ ପୁରୁଷଙ୍କ ୧୧ ସନ୍ତାନର ମା’ ହେଲେ ଏହି ମହିଳା, ୩୦ଟି ସନ୍ତାନ ଜନ୍ମ ଦେବାର ଇଚ୍ଛା ରଖିଛନ୍ତି !

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏମିତି ଜଣେ ମହିଳାଙ୍କ ଭିଡିଓ ଭାଇରାଲ୍ ହେଉଛି, ଯିଏ କି ଦାବି କରିଛନ୍ତି ଯେ ସେ ୮ଜଣ ପୁରୁଷଙ୍କ ଠାରୁ ୧୧ ସନ୍ତାନ ଜନ୍ମ ଦେଇଛନ୍ତି । ମହିଳା ଜଣକ ନିଜେ ଯେତେବେଳେ ଏଭଳି ବୟାନ ରଖୁଛନ୍ତି, ତେଣୁ କାହାର ଅବିଶ୍ବାସ କରିବାର ନାହିଁ। ମାତ୍ର ଲୋକମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି । ମହିଳା ଜଣକ କହିଛନ୍ତି , ଏହା ପରେ ଏକ ସରଳ ଗଣିତ ରହିଛି। କ’ଣ ସେ ଗଣିତ?

ଆମେରିକାର ମେମ୍ଫିସର ବାସିନ୍ଦା ଏହି ମହିଳାଙ୍କ ନାମ ଫାଇ । ତାଙ୍କର  ‘ଟିକଟକ୍’ ରେ ୯୦  ହଜାରରୁ ଅଧିକ ଫଲୋୟର୍ସ ଅଛନ୍ତି । ସେହି ‘ଟିକଟକ୍’ରେ ଫାଇ ପିଲାମାନଙ୍କ ସହିତ ମଜା କରିବା ସମୟର ଭିଡିଓ ସେୟାର୍ କରନ୍ତି । ତେବେ ୧୧ ଜଣ ପିଲା ଥିବାରୁ ପୁରୁଷମାନେ ତାଙ୍କୁ ଟ୍ରୋଲ କରିଥାନ୍ତି । ତେବେ ସେ କାହିଁକି ଭିନ୍ନ ଭିନ୍ନ ପୁରୁଷଙ୍କ ଔରସରୁ ପିଲାମାନଙ୍କୁ ଜନ୍ମ ଦେଇଛନ୍ତି, ତାର କାରଣ ଏକ ଭିଡିଓ ମଧ୍ୟ ପ୍ରକାଶ କରିଛନ୍ତି ।

ଫାଇ କହିଛନ୍ତି , ଯଦି ମୋର ପିଲାମାନଙ୍କର କେବଳ ଜଣେ ପିତା ଥାଆନ୍ତି ଓ  ଯଦି ସେ ଛାଡ଼ି ଚାଲିଯାଆନ୍ତି କିମ୍ବା ମରି ଯାଆନ୍ତି ତେବେ ତାଙ୍କ ପିଲାଙ୍କୁ ବାପଛେଉଣ୍ଡ ହୋଇ ବଞ୍ଚିବାକୁ ପଡ଼ିବ । ମାତ୍ର ସେମାନଙ୍କର ୮ ଜଣ ବାପା ଅଛନ୍ତି। ଧରାଯାଉ ସେମାନଙ୍କ ମଧ୍ୟରୁ ୩ ଜଣ ଚାଲିଯାଆନ୍ତି କିମ୍ବା ମରିଯାଆନ୍ତି, ତଥାପି ମୋର ପିଲାମାନଙ୍କ ପାଖରେ ୫ ଜଣ ପିତା ରହିବେ ।

ଫାଇ ଦର୍ଶକଙ୍କୁ ଆହୁରି କହିଛନ୍ତି ଯେ, ସେ ଏତେ ଶୀଘ୍ର ଜନ୍ମ କରିବା ବନ୍ଦ କରିବେ ନାହିଁ । ଆଗକୁ ମଧ୍ୟ ସନ୍ତାନ ଜନ୍ମ କରିବା ଜାରି ରଖିବେ । ସେ  ଆଉ ୧୯ଟି ପିଲା ଜନ୍ମ କରିବାକୁ ଚାହୁଁଛନ୍ତି, ଯାହାଫଳରେ ସେ ୩୦ଟି ସନ୍ତାନର ମା’ ହୋଇପାରିବେ।

ମହିଳାଙ୍କ କଥା ଶୁଣି ଅନେକ ତାଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି । ଏହାର ଉତ୍ତରରେ ଫାଇ କହିଛନ୍ତି ଯେ, “ଅନେକ ଏଭଳି କଥା କହୁଛନ୍ତି  ଯେମିତି ମୁଁ କୌଣସି ଅପରାଧ କରିଦେଇଛି” । ତେବେ ଅନେକ ଲୋକ ଫାଇଙ୍କୁ  ସମର୍ଥନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଜଣେ ଲେଖିଛନ୍ତି- “ମୋ ମା’ଙ୍କର ୯ ପୁରୁଷଙ୍କ ସହ ସମ୍ପର୍କ ଥିଲା, ଆମେ ଏହା ବିଶ୍ୱାସ କରୁଛୁ ଯେ ସେ ୯ ଥର ପ୍ରେମ କରିଥିଲେ ।’’

ସମ୍ବନ୍ଧିତ ଖବର