ଗୋଟେ ଡୋଜ ପରିବର୍ତ୍ତେ ମହିଳାଙ୍କୁ ଫାଇଜରର ୬ଟି ଡୋଜ ଦେଇଦେଲେ ସ୍ୱାସ୍ଥ୍ୟକର୍ମୀ, ତା’ ପରେ………

ନୂଆଦିଲ୍ଲୀ: ଇଟାଲୀରେ ଘଟିଛି ଅଭାବନୀୟ ଘଟଣା | ଟିକା ନେବାକୁ ଯାଇଥିବା ଜଣେ ମହିଳାଙ୍କୁ ଗୋଟେ ଡୋଜ ପରିବର୍ତ୍ତେ ସ୍ୱାସ୍ଥ୍ୟକର୍ମୀ ୬ଟି ଡୋଜ ଦେଇଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ୨୩ ବର୍ଷ ବୟସ୍କା ମହିଳାଙ୍କୁ ଫାଇଜର ବାୟୋ-ଏନଟେକ ଟିକାର ୬ଟି ଡୋଜ ଦିଆଯାଇଥିବା ନେଇ ଜଣା ପଡିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ହେଲେ ଶରୀରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାନଯିବାରୁ ଏବେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।

indiatoday.in

ନୋଆ ହସ୍ପିଟାଲର ମୁଖପାତ୍ର କହିଛନ୍ତି ଯେ, ମହିଳାଙ୍କୁ ରବିବାର ଦିନ ହସ୍ପିଟାଲରେ କୋଭିଡ-୧୯ ଟିକା ଦିଆଯାଇଥିଲା। ସ୍ୱାସ୍ଥ୍ୟ କର୍ମୀ ଅନ୍ୟମନସ୍କ ହୋଇ ଟିକା ବୋତଲରେ ଥିବା ସମସ୍ତ ୬ଟି ଡୋଜକୁ ସିରିଞ୍ଜରେ ଭର୍ତ୍ତି କରି ମହିଳାଙ୍କୁ ଦେଇଥିଲେ। ଏହା ପରେ ତୁରନ୍ତ ସେ ନିଜ ଭୁଲ ଜାଣିପାରି ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ | ତେବେ ୬ଟି ଡୋଜ ନେଇ ମଧ୍ୟ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାନଯିବାରୁ ତାଙ୍କୁ ଘରକୁ ପଠାଯାଇଛି |

ସମ୍ବନ୍ଧିତ ଖବର