ଶିଶୁକନ୍ୟା ଜନ୍ମ କରିବାରୁ ମହିଳାଙ୍କୁ ତିନି ତଲାକ ଦେଲେ ସ୍ବାମୀ

ଅଯୋଧ୍ୟା:ଉତ୍ତର ପ୍ରଦେଶର ଅଯୋଧ୍ୟାରେ ତିନି ତଲାକ ମାମଲା ସାମ୍ନାକୁ ଆସିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜଣେ ମହିଳା ପୁଣି ଏକ ଶିଶୁକନ୍ୟା ଜନ୍ମ କରିଥିବାରୁ ତାଙ୍କୁ ସ୍ୱାମୀ ତିନି ତଲାକ ଦେଇଛନ୍ତି । ଅଯୋଧ୍ୟାର ହାଇଦରଗଂଜ ତହସିଲର ଜାନା ବଜାର ଅଞ୍ଚଳରେ ରହୁଥିବା ଏହି  ମହିଳାଙ୍କ ନାମ ହେଲା ଜାଫ୍ରିନ ଅଂଜୁମ।

ଅଭିଯୋଗ ଅନୁସାରେ ବିବାହର ପ୍ରଥମ ମାସରୁ ୨୩ ବର୍ଷୀୟା ଜାଫ୍ରିନଙ୍କୁ ଯୌତୁକ ନିର୍ଯାତନା ଦିଆଯାଉଥିଲା । ବିବାହ ସମୟରେ ବାପ ଘରୁ ସେ ଯୌତୁକ ଆଣିଥିଲେ କିସ୍ତୁ ସ୍ୱାମୀ ଆହୁରି ଅଧିକ ଚାହୁଁଥିଲେ । ସେଥିପାଇଁ ସେ ନିର୍ଯାତନା କରୁଥିଲେ । ଏବେ ଝିଅ ଜନ୍ମକରିବାରୁ ତାଙ୍କୁ ଅଧିକ ନିର୍ଯାତନ ସହିବାକୁ ପଡୁଛି ବୋଲି ସେ  ଅଭିଯୋଗ କରିଛନ୍ତି। ତାଙ୍କୁ ତାଙ୍କ ସ୍ବାମୀ ଅସ୍ତିଖର ଅହମ୍ମଦ ଗତ ୧୮ ତାରିଖରେ ତିନିତଲାକ୍ ଦେଇଥିବା ଜାଫ୍ରିନ ଅଂଜୁମ ଅଭିଯୋଗ କରିଛନ୍ତି।

Zafrin Anjum was given instant triple talaq by her husband on August 18 after she gave birth to her second child, a girl. (Photo: ANI)
photo-indiatoday

ଏ ଘଟଣା ସଂପର୍କରେ ଅଯୋଧ୍ୟାର ଗ୍ରାମାଞ୍ଚଳ ଏସପି ଶୈଳେନ୍ଦ୍ର ସିଂହ କହିଛନ୍ତି ଏନେଇ ଏକ ମାମଲା ରୁଜ୍ଜୁ ହୋଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର