୯୦୦ କିମି ପାଦରେ ଚାଲିବା ପରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା, ନାମ ରଖିଲେ ସୃଷ୍ଟି

ପାଟ୍‌ନା: କରୋନା ଭାଇରସ୍‌ ହେତୁ ଦେଶ ସାରା ଲାଗୁ ହୋଇଥିବା ଲକ୍‌ଡାଉନ୍‌ ପ୍ରଭାବରେ ଅନେକ ଯାତ୍ରୀ ନିଜ ଗନ୍ତବ୍ୟରେ ପହଞ୍ଚିବା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଅସୁବିଧାରୁ ବର୍ତ୍ତି ଯାଇନାହାନ୍ତି ୨୮ ବର୍ଷୀୟା ଗର୍ଭବତୀ ମହିଳା ରେଖା ଦେବୀ। ସେ ନୋଇଡ଼ାରୁ ୯୦୦ କିଲୋମିଟର୍‌ ବାଟ ଚାଲି ଚାଲି ଆସିବା ପରେ ଶେଷରେ ଏକ ଟ୍ରକ୍‌ ପଛରେ ବସି ଗୁରୁବାର ଅପରାହ୍ନରେ  ଉତ୍ତରପ୍ରଦଶ-ବିହାର ସୀମାନ୍ତ ଗୋପଳଗଞ୍ଜ ଅଞ୍ଚଳରେ ପହଞ୍ଚିଥିଲେ।

ଗୋପାଳଗଞ୍ଜରେ ପହଞ୍ଚିବା ପରେ ରେଖା ଦେବୀଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଗୋପାଳଗଞ୍ଜ ସଦର ହସ୍ପିଟାଲ୍‌କୁ ନିଆଯାଇ ଭର୍ତ୍ତି କରା ଯାଇଥିଲା। ପ୍ରସୂତୀ ରେଖା ଦେବୀ ହସ୍ପିଟାଲ୍‌ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଶିଶୁ କନ୍ୟାଙ୍କ ନାମ ରଖାଯାଇଛି ସୃଷ୍ଟି। ଶିଶୁଟି ପୂରା ସୁସ୍ଥ ହୋଇ ନଥିବାରୁ ତାକୁ ଶୁକ୍ରବାର ପର୍ଯ୍ୟନ୍ତ ଭେଣ୍ଟିଲେଟର୍‌ରେ ରଖା ଯାଇଥିଲା।


SamacharBaba

ରେଖା ଦେବୀଙ୍କ ସ୍ବାମୀଙ୍କ ନାମ ସନ୍ଦୀପ। ତାଙ୍କୁ ୩୫ ବର୍ଷ ବୟସ। ସନ୍ଦୀପଙ୍କ କହିବାନୁଯାୟୀ ତାଙ୍କ ପାଖରେ ଟଙ୍କା ନଥିବା କାରଣରୁ ସେ ନୋଇଡା ଛାଡ଼ିବାକୁ ବାଧ୍ୟ ହେଲେ। ସ୍ବାମୀ ସନ୍ଦୀପଙ୍କ ସହ ପେଟରେ ପିଲା ଧରି ରେଖା ଦେବୀ ଖୁବ୍ କଷ୍ଟରେ ପାଦରେ ଚାଲି ଚାଲି ଆସୁଥିବା ବେଳେ ସୌଭାଗ୍ୟକୁ ଏହି ଅସୁବିଧା ସମୟରେ ଜଣେ ଟ୍ରକ୍‌ ଚାଳକ ପତି-ପତ୍ନୀଙ୍କୁ ସହାୟତାର ହାତ ବଢ଼ାଇଥିଲେ। ଟ୍ରକ୍‌ ଚାଳକ ଜଣକ ଦୁଇ ଜଣଙ୍କୁ ତାଙ୍କ ଟ୍ରକ୍ ପଛରେ ବସାଇ ୟୁପିର ବଲଖାରି ଚେକ୍‌ ପଏଣ୍ଟ୍‌ରୁ ୧୦ କିଲୋମିଟର ଦୂରରେ ଛାଡ଼ି ଦେଇ ଯାଇଥିଲେ। ସେଠାରୁ ସେମାନେ ପୁଣି ଥରେ ପାଦରେ ଚାଲି ଚାଲି ଆସି ଗୋପାଳଗଞ୍ଜରେ ପହଞ୍ଚିଥିଲେ। ଶେଷରେ ଗୋପାଳଗଞ୍ଜ ଜିଲ୍ଲା ମାଜିଷ୍ଟ୍ରେଟ୍‌ ତାଙ୍କୁ ସାହାଯ୍ୟ କରିବାରୁ ସନ୍ଦୀପ ହସ୍ପିଟାଲ୍‌ରେ ତାଙ୍କ ପତ୍ନୀଙ୍କୁ ଭର୍ତ୍ତି କରାଇ ପାରିଥିଲେ।

ସମ୍ବନ୍ଧିତ ଖବର