ଯାତ୍ରା କରୁଥିବା ବେଳେ ଆରମ୍ଭ ହେଲା ପ୍ରସବ ଯନ୍ତ୍ରଣା, ମୁମ୍ବାଇ ଲୋକାଲ ଟ୍ରେନ୍‌ରେ ନବଜାତକୁ ଜନ୍ମ ଦେଲେ ମହିଳା

ମୁମ୍ବାଇ : ଶନିବାର ମୁମ୍ବାଇ ଲୋକାଲ ଟ୍ରେନ୍‌ରେ ଜଣେ ମହିଳାଙ୍କ ପ୍ରସବ କରାଯାଇଥିବା ଜଣା ପଡ଼ିଛି । ଯାତ୍ରା ସମୟରେ ଯନ୍ତ୍ରଣା ଆରମ୍ଭ ହୋଇଯିବାରୁ ମହିଳାଙ୍କର ଟ୍ରେନ୍‌ ମଧ୍ୟରେ ହିଁ ପ୍ରସବ କରାଇବାକୁ ପଡ଼ିଥିଲା । ପ୍ରସବ ପରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଜଣା ପଡ଼ିଛି ।

Image result for woman-gives-birth-to-baby-on-mumbai-local-train
Hello Mumbai News

ସୂଚନା ମୁତାବକ, ମହିଳା ଛତ୍ରପତି ଶିବାଜୀ ମହାରାଜ ଷ୍ଟେସନରୁ ଥାନେ ଷ୍ଟେସନକୁ ଯାଉଥିଲେ । ଏହି ସମୟରେ ହଠାତ୍‌ ତାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା । ଯନ୍ତ୍ରଣା ଅସହ୍ୟ ହେବାରୁ ଟ୍ରେନରେ ହିଁ ସେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଟ୍ରେନ୍‌ଟି ଥାନେ ରେଳ ଷ୍ଟେସନରେ ପହଞ୍ଚିବା ପରେ ମହିଳା ଓ ତାଙ୍କ ଶିଶୁକୁ ରେଳ ଷ୍ଟେସନରେ ଥିବା ଓ୍ଵାନ୍‌ ଋପି କ୍ଲିନିକ୍‌କୁ ନିଆଯାଇଥିଲା । ସେଠାରେ ମହିଳାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇ ସରକାରୀ ଡାକ୍ତରଖାନାକୁ ପଠାଯାଇଥିଲା ବୋଲି ଜଣା ପଡ଼ିଛି । ଚିକିତ୍ସା ପରେ ଦୁହେଁ ଏବେ ସୁସ୍ଥ ଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର