ବିଶ୍ବରେ ପ୍ରଥମ: ଜନ୍ମନେଲା କୋଭିଡ ଆଣ୍ଟିବଡି ଥିବା ଶିଶୁ

ନୂଆଦିଲ୍ଲୀ: ସାରା ବିଶ୍ବକୁ ବର୍ଷେ ହେଲାଣି କରୋନା ଭୂତାଣୁ କବଳିତ କରି ରଖିଥିବା ବେଳେ ଏବେ କରୋନା ସହ ଲଢ଼ିବା ପାଇଁ ବିଭିନ୍ନ ଟିକା ବାହାର କରାଯାଇଛି। ଟିକାକରଣ କାର୍ଯ୍ୟକ୍ରମ କରାଯାଇ ପର୍ଯ୍ୟାୟକ୍ରମେ ଲୋକଙ୍କୁ ଟିକା ଦିଆଯାଉଛି। ଲୋକଙ୍କ ଶରୀରରେ କରୋନା ଭୂତାଣୁ ବିରୋଧରେ ଆଣ୍ଟିବଡି ତିଆରି କରିବା ପାଇଁ ଟିକା ଦିଆଯାଉଥିବା ବେଳେ ଆମେରିକାରେ ପ୍ରଥମ କରି କୋଭିଡ ଆଣ୍ଟିବଡି ଥିବା ଶିଶୁ ଜନ୍ମ ନେଇଛି।

ପ୍ରକୃତ କଥା ହେଲା ଶିଶୁଟିକୁ ଜନ୍ମ ଦେଇଥିବା ମହିଳା ଗର୍ଭବତୀ ଥିବା ସମୟରେ ମଡେର୍ଣ୍ଣାର କରୋନା ଟିକା ନେଇଥିଲେ। ଟିକା ନେବାର ୩ସପ୍ତାହ ପରେ ମହିଳାଜଣକ ଏକ ସୁସ୍ଥ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଶିଶୁକନ୍ୟାକୁ ଜନ୍ମ ଦେବା ପରେ ତାର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ରିପୋର୍ଟରେ ସାର୍କ-କୋଭ-୨ ଭୂତାଣୁ ବିରୋଧରେ ଆଣ୍ଟିବଡି ଥିବା ଜଣାପଡ଼ିଛି।

ପୂର୍ବରୁ ହୋଇଥିବା ଗବେଷଣାରୁ କରୋନା ଆକ୍ରାନ୍ତ ହୋଇଥିବା ସୁସ୍ଥ ହୋଇଥିବା ‌ମହିଳାଙ୍କ ଦେହରେ ତିଆରି ହୋଇଥିବା ଆଣ୍ଟିବଡି ତାଙ୍କ ଗର୍ଭରେ ଥିବା ଶିଶୁର ଦେହକୁ ଯିବାର ସମ୍ଭାବନା କମ ବୋଲି ଜଣାପଡ଼ିଥିଲା। କିନ୍ତୁ ଏହି ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି।

ସମ୍ବନ୍ଧିତ ଖବର