ନୂଆଦିଲ୍ଲୀ: ବିହାରର କିଶାନଗଞ୍ଜରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଏକା ସାଙ୍ଗରେ ପାଞ୍ଚଟି ଶିଶୁଙ୍କୁ ଜନ୍ମ ଦେବା ଘଟଣା ପ୍ରଘଟ ହେବାପରେ ମା’ ଓ ଶିଶୁଙ୍କୁ ଦେଖିବା ପାଇଁ ଡାକ୍ତରଖାନାରେ ଲୋକଙ୍କ ଭିଡ଼ ଲାଗିଛି।।
ସୂଚନାନୁସାରେ, ମହିଳା ଥରକେ ଗୋଟିଏ ସନ୍ତାନକୁ ଜନ୍ମ ଦେବା ସାଧାରଣ କଥା ହୋଇଥିବା ବେଳେ ଅନେକ କ୍ଷେତ୍ରରେ ଯାଆଁଳା ସନ୍ତାନ ବି ଜନ୍ମ ହୋଇଥାଆନ୍ତି। କିନ୍ତୁ ଜଣେ ମହିଳା ଏକା ସାଙ୍ଗରେ ତିନିଟି, ଚାରିଟି, ପାଞ୍ଚଟି ସନ୍ତାନ ଦେବା ଘଟଣା ବିରଳ।
ନିକଟରେ ଏକା ସାଙ୍ଗରେ ୫ଟି ସନ୍ତାନକୁ ଜନ୍ମ ଦେଇଥିବା ମହିଳାଙ୍କ ନାମ ତାହେରା ବେଗମ୍ ଯାହାଙ୍କ ବୟସ ୨୭ବର୍ଷ ରହିଛି। ପ୍ରସବ ଯନ୍ତ୍ରଣା ହେବାରୁ ତାହେରାଙ୍କୁ ଇସଲାମପୁରର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକା ସାଙ୍ଗରେ ପାଞ୍ଚଟି ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି।
ତେବେ ଗର୍ଭାବସ୍ଥା ସମୟରେ ଡାକ୍ତର ପରୀକ୍ଷା କରି ଜାଣିଥିଲେ ଯେ ତାହେରାଙ୍କ ଗର୍ଭରେ ୫ଟି ସନ୍ତାନ ଅଛନ୍ତି। କିନ୍ତୁ ପ୍ରସବ ସମୟରେ ୫ଟି ଶିଶୁ ଏକାସାଙ୍ଗରେ ଜନ୍ମ ନେବା ସହିତ ମା’ ଓ ଶିଶୁ ଉଭୟ ସୁସ୍ଥ ରହିବା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯିବା ସହିତ ଏହା ଭଗବାନଙ୍କ ଆର୍ଶୀବାଦ ହେତୁ ସମ୍ଭବ ବୋଲି କହିଛନ୍ତି।
ଉଭୟ ଓ ୫ଶିଶୁଙ୍କୁ ଏବେ ୨୪ଘଣ୍ଟା ଡାକ୍ତରଙ୍କ ନୀରିକ୍ଷଣରେ ରଖାଯାଇଛି। କିଛିଦିନର ଚିକିତ୍ସା ପରେ ତାହେରାଙ୍କୁ ତାଙ୍କ ୫ଜଣ ପିଲାଙ୍କ ସହିତ ହସ୍ପିଟାଲରୁ ଛୁଟି କରିଦିଆଯିବ।