ଲିଫ୍ଟ ଦ୍ୱାରରେ ଚାପି ହୋଇ ଆଣ୍ଠୁ ପାଖରୁ କଟିଗଲା ମହିଳାଙ୍କ ଗୋଡ଼

ସଂଘାଇ: ବେଳେ ବେଳେ ବିପଦ ଏମିତି ବି ଆସେ। ଯାନ୍ତ୍ରିକ ତ୍ରୁଟି ହେତୁ ଚୀନର ଜଣେ ମହିଳାଙ୍କ ଗୋଡ଼ ଲିଫ୍ଟ ଦ୍ୱାରରେ ଚାପି ହୋଇଯିବାରୁ  କଟିଯାଇିଛି। ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ନିଜ ଫୋନ୍‌ରେ ବ୍ୟସ୍ତ ରହି ଅନ୍ୟମନସ୍କ ଭାବେ ଲିଫ୍ଟକୁ ଯାଉଥିଲେ। ଏତିକିବେଳେ ଏହି ଦୁର୍ଘଟଣା ଘଟିଥିଲା। ଭାଗ୍ୟକୁ ମହିଳାଙ୍କ ସାଙ୍ଗରେ ଯାଉଥିବା ଅନ୍ୟ ଜଣେ ମହିଳା ଲିଫ୍ଟ ଭିତରେ ପ୍ରବେଶ କରିବା ପୂର୍ବରୁ ଏପରି ଦୁର୍ଘଟଣା ଘଟିଯାଇଥିଲା ଏବଂ ସେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ।

ତୃତୀୟ ମହଲାରେ ଲିଫ୍ଟଟି ପହଞ୍ଚିବା ପର୍ଯ୍ୟନ୍ତ ମହିଳା ଜଣକ ଚାପି ହୋଇ ଲିଫ୍ଟ ମଧ୍ୟରେ ପଡ଼ି ରହିଥିଲେ। ସେ ଚିତ୍କାର କରି ସାହାଯ୍ୟ ଭିକ୍ଷା ମାଗୁଥିଲେ। ଭିଡିଓରୁ ଜାଣିବାକୁ ମିଳିଛି ଯେ ମହିଳାଙ୍କ ଆଣ୍ଠୁ ତଳରୁ ତାଙ୍କ ଗୋଡ଼ ପୂରାପୂରି ଭାବେ କଟିଯାଇଛି।

ଏହି ଘଟଣାଟି ୨୦୧୭ ମସିହା ଜୁନ୍‌ ୨୧ ତାରିଖର। ନିକଟରେ ଏହାର ସିସିଟିଭି ଫୁଟେଜ୍‌ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର