ପାଟନା: ବିାହାର ରାଜ୍ୟର ଛାପ୍ରାରେ ଜଣେ ମହିଳା ‘ଆଇଏଏସ୍’ ଅଫିସରଙ୍କଠାରୁ ଆଲୁମୁନିୟମ୍ ପାଇପ୍ରେ ପାହାର ଖାଇ ଜଣେ ହୋମ୍ ଗାର୍ଡ ଯବାନ୍ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅଭିଯୋଗ ହୋଇଛି।
ପ୍ରାପ୍ତ ସୂଚନା ଅନୁସାରେ, ହୋମ୍ଗାର୍ଡଙ୍କୁ ଉକ୍ତ ମହିଳା ‘ଆଇଏଏସ୍’ ଅଫିସର୍ଙ୍କ ବାସଭବନ ଗେଟ୍ ସମ୍ମୁଖରେ ଡିୟୁଟି କରିବାକୁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ, ସେ ତାଙ୍କୁ ରାସ୍ତା ଉପରେ ଡିୟୁଟି କରିବାକୁ କହିବାରୁ ହୋମ୍ଗାର୍ଡ ଯବାନ ମନା କଲେ। ଏଥିରେ ରାଗିଯାଇ ସେ ହୋମ୍ଗାର୍ଡଙ୍କୁ ମାଡ଼ ଦେଲେ।
ସେ ମହିଳା ‘ଆଇଏଏସ୍’ ଅଧିକାରୀ ହେଉଛନ୍ତି ଛାପ୍ରା ‘ଡେପୁଟି ଡେଭ୍ଲପ୍ମେଣ୍ଟ୍ କମିସନର୍’ (ଡିଡିସି) ପ୍ରିୟଙ୍କା ରାଣୀ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ‘ବିହାର ହୋମ୍ ଗାର୍ଡସ୍ ଭଲ୍ୟୁଣ୍ଟିୟର୍ ଆସୋସିଏସନ୍’ ଧର୍ମଘଟ କରିବ ବୋଲି ଚେତବନୀ ଦେଇଛି।
Image Courtesy of Times of Indiaକିନ୍ତୁ, ତାଙ୍କ ବିରୋଧରେ ଆଗତ ଅଭିଯୋଗ ଭିତ୍ତିହୀନ ବୋଲି ‘ଡିଡିସି’ ପ୍ରିୟଙ୍କା ରାଣୀ କହିଛନ୍ତି।
ଆହତ ହୋଇଥିବା ହୋମ୍ ଗାର୍ଡ ଯବାନ ଅଶୋକ କୁମାର ସା’ ସମ୍ପ୍ରତି ଆହତ ଅବସ୍ଥାରେ ଛାପ୍ରା ସଦର ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି। ସୋମବାର ରାତି ସିଫ୍ଟ୍ରେ ତାଙ୍କୁ ‘ଡିଡିସି’ ପ୍ରିୟଙ୍କା ରାଣୀଙ୍କ ବାସଭବନରେ ପହରା ଦେବାକୁ ମୁତୟନ କରାଯାଇଥିଲା ବୋଲି ସେ କହିଛନ୍ତି।
ସେ କହିଛନ୍ତି, ରାତି ପ୍ରାୟ ୧୨ଟା ବେଳେ ‘ଡିଡିସି’ ପ୍ରିୟଙ୍କା ରାଣୀ ବାସଭବନକୁ ଫେରିଲେ। ମୁଁ ମୁଖ୍ୟ ଦ୍ବାର ଖୋଲି ଦେଇଥିଲି। ତା’ପରେ ସେ ମତେ ପଚାରିଲେ ଏଠାକୁ କାହିଁକି ଆସିଛ? ମୁଁ କହିଲି ମୋର ଡିୟୁଟି ପଡ଼ିଛି। ଏକଥା ଶୁଣି ସେ କହିଲେ, ମୁଖ୍ୟ ରାସ୍ତାକୁ ଯାଇ ଡିୟୁଟି କର।
Image Courtesy of India Posts Englishରାସ୍ତାରେ ଡିୟୁଟି କଲେ ଅସ୍ତ୍ରଶସ୍ତ୍ର ଚୋରି ହୋଇଯିବ ବୋଲି ମୁଁ କହିବାରୁ ସେ ରାଗିଯାଇ ମତେ ଗାଳିଦେଲେ। ତା’ପରେ ସେ କାର୍ରେ ଥିବା ଗୋଟାଏ ଆଲୁମୁନିୟମ୍ ପାଇପ୍ ଆଣି ମତେ ପିଟିଲେ। ତାଙ୍କ କାର୍ ଡ୍ରାଇଭର୍ ଓ ଅନ୍ୟ ଯବାନମାନେ ଅଟକାଇବାରୁ ମୁଁ ମାଡ଼ରୁ ରକ୍ଷା ପାଇଲି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Woman-IAS-Officer-Beats-Home-Guard-With-Copper-Stick_Thumbnail.jpg)