ରମେଶ ଜାର୍କିହୋଲିଙ୍କ ସେକ୍ସ ସିଡି ମାମଲା: ଜୀବନ ପ୍ରତି ବିପଦ ଥିବା କହି କର୍ଣ୍ଣାଟକ ପ୍ରଧାନ ବିଚାରପତିଙ୍କୁ ସାହାଯ୍ୟ ମାଗିଲେ ପୀଡ଼ିତା

ବେଙ୍ଗାଲୁୁରୁ: ମାର୍ଚ୍ଚ ୨ରେ କର୍ଣ୍ଣାଟକ ସରକାରର ମନ୍ତ୍ରୀ ରମେଶ ଜାର୍କିହୋଲିଙ୍କ ସେକ୍ସ ସିିଡି ଗଣମାଧ୍ୟମକୁ ଦେବା ସହ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ ସାମାଜିକ କାର୍ଯ୍ୟକର୍ତ୍ତା ଦିନେଶ କାଲାହଲ୍ଲୀ। ତାଙ୍କ ଅଭିଯୋଗ ପରେ ନିଜ ପଦରୁ ଇସ୍ତଫା ଦେଇଥିଲେ ରମେଶ ଜାର୍କିହୋଲି। ହେ‌ଲେ ତଦନ୍ତ ଆରମ୍ଭ ହେବା ପୂର୍ବରୁ ନିଜ ଅଭିଯୋଗ ଫେରାଇ ନେଇଥିଲେ ଦିନେଶ । ଏହା ପରେ ସେକ୍ସ ସିଡିରେ ନଜର ଆସିଥିବା ମହିଳା ନିଜ ଆଡୁ ଅଭିଯୋଗ କରିଥିଲେ।

indiatoday

ଏବେ ତଦନ୍ତ ଠିକ ଭାବରେ ନହେବା ସହ ତାଙ୍କ ଜୀବନ ପ୍ରତି ବିପଦ ଥିବା ଲେଖି କର୍ଣ୍ଣାଟକ ପ୍ରଧାନ ବିଚାରପତିଙ୍କୁ ସାହାଯ୍ୟ ମାଗିଛନ୍ତି ମହିଳା। ଚିଠିରେ ଲେଖାଯାଇଛି ଯେ, ମୁଁ ଜଣେ ଦୁଷ୍କର୍ମ ପୀଡ଼ିତା। କର୍ଣ୍ଣାଟକ ସରକାରଙ୍କ ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରିସାରିଛି। ରମେଶ ଜାର୍କିହୋଲି ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତି ଏବଂ ଅଭିଯୋଗ ଫେରାଇ ନେବା ପାଇଁ ସେ ମୋତେ ପୂର୍ବରୁ ସର୍ବସାଧାରଣରେ ଧମକ ଦେଇସାରିଛନ୍ତି। ମୋର ଏବଂ ମୋ ପିତାମାତାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) କୁ ଅନୁରୋଧ କରିସାରିଛି। ହେଲେ ସେମାନେ ଏପର୍ଯ୍ୟନ୍ତ ଆମକୁ ସୁରକ୍ଷା ଯୋଗାଇ ଦେଇନାହାନ୍ତି। ରମେଶ ଜାର୍କିହୋଲି ମୋତେ କୌଣସି ମୂହୁର୍ତ୍ତରେ ହତ୍ୟା କରିପାରନ୍ତି।

ସମ୍ବନ୍ଧିତ ଖବର