୭ ମାସ ଧରି କୋମାରେ ଥିବା ମହିଳାଙ୍କ ସନ୍ତାନ ପ୍ରସବ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ୭ ମାସ ଧରି ଅଚେତ ଅବସ୍ଥାରେ ଥିବା ଜଣେ ମହିଳା ଏକ ସୁସ୍ଥ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ୨୩ ବର୍ଷୀୟା ସାଫିଆଙ୍କ ମସ୍ତକରେ ଗୁରୁତର ଆଘାତ ଲାଗିବା ଯୋଗୁ ଗତ ଏପ୍ରିଲ ପହିଲାରେ ତାଙ୍କୁ ମ୍ସରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣା ସମୟରେ ସାଫିଆ ୪୦ ଦିନର ଗର୍ଭବତୀ ଥିଲେ।

ବୁଲନ୍ଦସରରେ ପ୍ରାରମ୍ଭିକ ଚିକିତ୍ସା ପରେ ତାଙ୍କୁ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରକୁ ନିଆଯାଇଥିଲା। ସେଠାରେ ରହଣି ଭିତରେ ତାଙ୍କର ଚାରିଟି ନ୍ୟୁରୋସର୍ଜିକାଲ ଅପରେସନ ହୋଇଥିଲା। ଗତ ଅକ୍ଟୋବର ୨୨ରେ ସେ ଏକ ସୁସ୍ଥ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଗର୍ଭାବସ୍ଥାର ୧୮ ସପ୍ତାହ ପରେ ଅଲ୍‌ଟ୍ରାସାଉଣ୍ଡ କରି ଡାକ୍ତର ଜାଣିପାରିଥିଲେ ଯେ ତାଙ୍କ ଗର୍ଭସ୍ଥ ସନ୍ତାନ ସୁସ୍ଥ ଅଛି। ବର୍ତ୍ତମାନ ବି ସାଫିଆ ଅଚେତ ଅଛନ୍ତି। ତାଙ୍କୁ ଚିକିତ୍ସା କରୁଥିବା ଡ. ଦୀପକ ଗୁପ୍ତା କହିଛନ୍ତି ଯେ ସେ କୋମାରୁ ବାହୁଡ଼ିବାର ସମ୍ଭାବନା ମାତ୍ର ୧୦ରୁ ୧୫ ପ୍ରତିଶତ ଅଛି।

ସମ୍ବନ୍ଧିତ ଖବର