ଲିଭ୍‌-ଇନ୍‌ରେ ରହୁଥିବା ମହିଳା ରକ୍ଷିତା ସଦୃଶ: ରାଜସ୍ଥାନ ମାନବିକ ଅଧିକାର କମିସନ

ଜୟପୁର: ଲିଭ୍‌-ଇନ୍‌ ସମ୍ପର୍କରେ ନ ରହିବାକୁ ମହିଳାମାନଙ୍କ ମଧ୍ୟରେ ସଚେତନତା ଅଭିଯାନ ଆରମ୍ଭ କରିବାକୁ ବୁଧବାର ଦିନ ରାଜସ୍ଥାନ ମାନବିକ ଅଧିକାର କମିସନ୍‌ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କହିଛି। ଲିଭ୍‌-ଇନ୍‌ରେ ରହୁଥିବା ମହିଳାମାନଙ୍କୁ ରକ୍ଷିତା ବା ଉପପତ୍ନୀ ଭାବେ ବିବେଚିତ କରାଯିବାର ସମ୍ଭାବନା ଥିବାରୁ ତାହା ସେମାନଙ୍କ ମାନବିକ ଅଧିକାରର ବିରୁଦ୍ଧାଚରଣ କରୁଛି।

କମିସନ୍‌ର ଅଧ୍ୟକ୍ଷ ଜଷ୍ଟିସ୍‌ ପ୍ରକାଶ ତାତିଆ ଏବଂ ସଦସ୍ୟ ଜଷ୍ଟିସ୍‌ ମହେଶ ଚାନ୍ଦ ଶର୍ମାଙ୍କ ଦ୍ୱାରା ଜାରି ହୋଇଥିବା ଏକ ଆଦେଶରେ କୁହାଯାଇଛି: ଜୋର୍‌ଦାର୍‌ ସଚେତନତା ଅଭିଯାନ ମାଧ୍ୟମରେ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ର ହାନୀରୁ ମହିଳାମାନଙ୍କୁ ରକ୍ଷା କରିବାର ଦାୟିତ୍ୱ ହେଉଛି ସରକାର ଏବଂ ମାନବିକ ଅଧିକାର ସଙ୍ଗଠନର ଦାୟିତ୍ୱ।

Image Source: India Today

ମହିଳାଙ୍କୁ ରକ୍ଷିତା ଭାବେ ରଖିବା ସେମାନଙ୍କ ମର୍ଯ୍ୟାଦାର ବିରୁଦ୍ଧାଚରଣ କରୁଛି କାରଣ ସେ ଶବ୍ଦ ହିଁ ସେମାନଙ୍କର ଚରିତ୍ର ସଂହାର କରୁଛି। ଜଣେ ମହିଳାଙ୍କ ପାଇଁ ରକ୍ଷିତାର ଜୀବନ ଉତ୍ତମ ଜୀବନ ନୁହେଁ। ଏ ଭଳି ମହିଳା ତାଙ୍କର ମୌଳିକ ଅଧିକାରର ସୁରକ୍ଷା କରିପାରନ୍ତି ନାହିଁ।

ଲିଭ୍‌-ଇନ୍‌ ସମ୍ପର୍କର ବୈଧ୍ୟତା ନିମନ୍ତେ ସରକାର ଆଇନ୍‌ କରିବା ଉଚିତ ବୋଲି ମାନବିକ ଅଧିକାର କମିସନ୍‌ କହିଛନ୍ତି। ଏ ସମ୍ପର୍କର ପଞ୍ଜିକରଣ ଆବଶ୍ୟକ ଏବଂ ସମ୍ପର୍କ ତୁଟିଗଲେ କାଉନ୍‌ସେଲିଙ୍ଗ୍‌ ବାଧ୍ୟତାମୂଳକ ହେବା ଉଚିତ।

ସମ୍ବନ୍ଧିତ ଖବର