ଲକ୍ଷ୍ନୌ : ଉତ୍ତରପ୍ରଦେଶର ଜେ.ଏନ୍.ମେଡିକାଲ କଲେଜ୍ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନା ଅଣାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଚିକିତ୍ସା ଚାଲୁଥିବା ସମୟରେ ବିଷ ବାହାର କରିବା ପାଇଁ ବ୍ୟବହାର କରାଯାଇଥିବା ସକ୍ସନ୍ ପାଇପ୍ ଫାଟିଯିବାରୁ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି । ତେବେ ଅଧିକ ସୂଚନା ପାଇଁ ପୁଲିସ ଏବଂ ଡ଼ାକ୍ତର ତଦନ୍ତ ଆରମ୍ଭ କରି ଦେଇଛନ୍ତି ।
/sambad/media/post_attachments/wp-content/uploads/2019/05/Dead-Body-21_600x349-350x175-300x150.jpg) The English Post
 The English Postସୂଚନା ମୁତାବକ, ବୁଧବାର ସଂନ୍ଧ୍ୟାରେ ବିଷ ପିଇଥିବା ମହିଳାଙ୍କୁ ଜେ.ଏନ୍.ମେଡିକାଲ କଲେଜ ଅଣାଯାଇଥିଲା । ବିଷ କଢ଼ାଯିବା ପାଇଁ ତୁରନ୍ତ ତାଙ୍କ ପାଟିରେ ସକ୍ସନ୍ ପାଇପ୍ ଭର୍ତ୍ତି କରାଯିବା ପରେ ପାଇପ୍ଟି ଫାଟି ଯାଇଥିଲା । ଯାହାଦ୍ୱାରା ମହିଳା ମୃତ୍ୟୁବରଣ କରିଥିଲେ । ଡ଼ାକ୍ତରଙ୍କ ଅନୁଯାୟୀ, ମହିଳା ସଲଫ୍ୟୁରିକ୍ ଏସିଡ୍ ପିଇଥିବା ବେଳେ ତାହା ସକ୍ସନ୍ ପାଇପ୍ର ଅମ୍ଲଜାନର ସଂଯୋଗରେ ଆସିବାରୁ ପାଇପ୍ଟିରେ ବିସ୍ଫୋରଣ ଘଟି ତାହା ଫାଟି ଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/787553-17.png)
