ଶାଢ଼ି ପିନ୍ଧିଥିବାରୁ ମହିଳାଙ୍କୁ ଦିଲ୍ଲୀର ରେସ୍ତୁରାଁ ମନା

ନୂଆଦିଲ୍ଲୀ : ଦିଲ୍ଲୀର ଏକ ରେସ୍ତୁରାଁ ଶାଢ଼ି ପିନ୍ଧିଥିବା ଜଣେ ମହିଳାଙ୍କ ପ୍ରବେଶକୁ ବାରଣ କରାଯିବା ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଟ୍ୱିଟରରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ମହିଳା କର୍ମଚାରୀ କହୁଛନ୍ତି ଯେ ଆମେ କେବଳ ସ୍ମାର୍ଟ କାଜୁଆଲ୍ ପୋଷାକ ପିନ୍ଧିଥିବା ଲୋକଙ୍କୁ ପ୍ରବେଶ ଅନୁମତି ଦେଇଥାଉ ଏବଂ ଶାଢ଼ି ସେଭଳି ପରିଧାନ ତାଲିକାରେ ନାହିଁ।

ଭିଡିଓର କ୍ୟାପସନ୍‌ରେ କୁହାଯାଇଛି ଯେ ‘ଆକ୍ୱିଲା ରେସ୍ତୁରାଁରେ ଶାଢ଼ି ପିନ୍ଧିଥିବା ମହିଳାଙ୍କୁ ପ୍ରବେଶ ଅନୁମତି ଦେଉ ନାହାନ୍ତି। କାରଣ ଭାରତୀୟ ଶାଢ଼ୀ ବର୍ତ୍ତମାନ ସ୍ମାର୍ଟ ପୋଷାକ ନୁହେଁ। ଦୟାକରି ସ୍ମାର୍ଟ ପୋଷାକକୁ ବ୍ୟାଖ୍ୟା କରନ୍ତୁ ଏହା ପରେ ମୁଁ ଶାଢ଼ି ପିନ୍ଧିବା ବନ୍ଦ କରିବି’। ଉକ୍ତ ଭିଡିଓ ଦେଖିବା ପରେ ଲୋକମାନେ ଏହାକୁ ବିରୋଧ କରିବା ସହ ଭାରତୀୟ ସଂସ୍କୃତିକୁ ନଷ୍ଟ କରିବାକୁ ଏହା ଏକ ପ୍ରୟାସ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର