ଅସଦାଚରଣରୁ ବଞ୍ଚିବା ପାଇଁ ୧୦ ମାସର ଛୁଆ ସହ ଚଳନ୍ତା କାର୍‌ରୁ ଡେଇଁ ପଡ଼ିଲେ ମହିଳା

ଶିଶୁ ମୃତ, ଅଭିଯୁକ୍ତ ଗିରଫ

ପାଲଘର : ଶନିବାର ମହାରାଷ୍ଟ୍ରର ପାଲଘର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଡ୍ରାଇଭର ଦ୍ବାରା ଅସଦାଚରଣରୁ ବର୍ତ୍ତିବା ପାଇଁ ଜନୈକା ମହିଳା ତାଙ୍କର ୧୦ ମାସର ଛୁଆ ସହ ଚଳନ୍ତା କାର୍‌ରୁ ଡେଇଁପଡ଼ିଥିଲେ। ଏହି ଘଟଣା ମୁମ୍ବାଇ-ଅହମଦାବାଦ ଜାତୀୟ ରାଜପଥର ବିରାରଠାରେ ଘଟିଛି। ୧୦ ମାସର ଛୁଆଟିର ତତ୍କାଳ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ଅବସ୍ଥାରେ ମହିଳା ଜଣକ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତ ଡ୍ରାଇଭର ଜଣକ ବିଜୟ କୁଶୱାହା ବୋଲି ଜଣାପଡ଼ିଛି। ମାଣ୍ଡଭି ପୁଲିସ ତାକୁ ଗିରଫ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର