ଝିଅ ଓ ନାତୁଣୀଙ୍କ ସହ ଟେରାସ୍‌ରୁ ଡେଇଁ ବୟସ୍କ ମହିଳା ମୃତ

କୋଲ୍‌କାତା: ବୁଧବାର ସନ୍ଧ୍ୟାରେ ବତ୍ତାଲା ଅଞ୍ଚଳର ଜଣେ ବୟସ୍କା ମହିଳା ତାଙ୍କ ଝିଅ ଓ ନାତୁଣୀଙ୍କ ସହ ନିଜ ଘର ଟେରାସ୍‌ରୁ ଡେଇଁ ପଡ଼ି ପ୍ରାଣ ହରାଇଛନ୍ତି। ଉକ୍ତ ମହିଳାଙ୍କ ଝିଅ ସଙ୍କଟାପନ୍ନ ଥିବା କଥା ପୁଲିସ କହିଛି।

ସନ୍ଧ୍ୟା ପ୍ରାୟ ସାଢ଼େ ଛଅଟା ବେଳେ ୬୨ ବର୍ଷୀୟ ସୋହିନି ତପାଡ଼ିଆ ପୋସ୍ତା ଥାନା ଅଧୀନସ୍ଥ ବୁରତୋଲା ଷ୍ଟ୍ରିଟ୍‌ରେ ଥିବା ନିଜ ବାସଭବନ ଟେରାସ୍‌ରୁ ଡେଇଁ ପଡ଼ିଥିଲେ।

ନିଜର ଦୁଇ ବର୍ଷୀୟ ଝିଅକୁ କାଖେଇ ଧରି ଡେଇଁ ଥିବା ତାପାଡ଼ିଆଙ୍କ ଝିଅ ୩୦ ବର୍ଷୀୟ ଇନ୍ଦିରା ମୋହତା ମଧ୍ୟ ଆହତ ହୋଇଥିବା କଥା ପୁଲିସ କହିଛି।

କୋଲକାତା ମଡେିକାଲ୍‌ କଲେଜ ଆଣ୍ଡ୍‌ ହସ୍‌ପିଟାଲ୍‌କୁ ନେବା ପରେ ଡକ୍ତରମାନେ ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା ଘୋଷଣା କରିଥିଲେ। ଇନ୍ଦିରାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ସଂକଟଜନକ ଅଛି। କିନ୍ତୁ, ସେ ଧରିଥିବା ଝିଅଟି ଅକ୍ଷତ ଓ ସୁସ୍ଥ ଅଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପରିବାର ଆର୍ଥିକ ସଙ୍କଟ ମଧ୍ୟରେ ଚଳୁଥିବାରୁ ତାହା ଆତ୍ମହତ୍ୟାର କାରଣ ହୋଇ ଥାଇ ପାରେ।

ପୁଲିସ କହିଛି: ଏହା ଆତ୍ମହତ୍ୟା କି, ନୁହେଁ ଆମେ ନିଶ୍ଚିତ ହୋଇ ନାହୁଁ। ଘଟନାସ୍ଥଳରୁ ଆମେ ପ୍ରମାଣ ସଂଗ୍ରହ କରି ପ୍ରକୃତ କଥା ବାହାର କରିବାକୁ ଉଦ୍ୟମ କରୁଛୁ।

ସମ୍ବନ୍ଧିତ ଖବର