କଲମ ବଦଳରେ ବନ୍ଧୁକ ଧରିଲେ ଲେଖିକା, ବୀମା ଟଙ୍କା ପାଇଁ ସ୍ବାମୀଙ୍କୁ ଗୁଳିକରି ହତ୍ୟା !

ନୂଆଦିଲ୍ଲୀ: ଲେଖକ/ଲେଖିକାଙ୍କ କଥା ଯେତେବେଳେ ଆମ ମନକୁ ଆସେ ସେତେବେଳେ ଏକ ସକାରାତ୍ମକ ଛବିଟିଏ ମନଭିତରେ ଆପେ ଆପେ ଆଙ୍କି ହୋଇଯାଏ ।  ହେଲେ ଆମେ ଏମିତି ଜଣେ ଲେଖିକାଙ୍କ କଥା କହୁଛୁ ଯିଏ ଏଗାର କୋଟିର ବୀମା ଟଙ୍କା ପାଇଁ ନିଜ ସ୍ବାମୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି ବୋଲି ଜଣାପଡ଼ିଛି । ରୋମାଣ୍ଟିକ କାହାଣୀ ଲେଖୁଥିବା ଏ ମହିଳାଙ୍କୁ ଟଙ୍କାର ନିଶା ଏତେ ଘାରିଲା ଯେ ସେ କଲମ ବଦଳରେ ବନ୍ଧୁକ ଧରିବାକୁ ପଛାଇଲେ ନାହିଁ ! ୨୦୧୮ରେ ସେ ସ୍ବାମୀଙ୍କୁ  ହତ୍ୟା କରିଥିଲେ ହେଲେ ଏବେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

ଆମେରିକାର ଏହି ୭୧ ବର୍ଷୀୟା ଔପନ୍ୟାସିକା ନେସି କ୍ରମଟନ୍ ବ୍ରୋଫିଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିବା ପରେ ସେ ଅଦାଲତ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ନେସି ତାଙ୍କ ୬୩ ବର୍ଷୀୟ ସ୍ୱାମୀ ଡାନିଏଲ୍ ବ୍ରୋଫିଙ୍କୁ ଗୁଳି କରି ହତ୍ୟା କରିଥିଲେ, ଯିଏ ଜଣେ ସେଫ୍ ଭାବେ କାମକରନ୍ତି  । ପୁଲିସର କହିବା ଅନୁସାରେ ଡାନିଏଲଙ୍କ ଉପରକୁ ଦୁଇଥର ଗୁଳି ଚାଳନା କରାଯାଇଥିଲା, ଯାହାକୁ ତାଙ୍କର ଦୁଇ ଜଣ ଛାତ୍ର ଦେଖିଥିଲେ । ନେସି ୧୧କୋଟିର ବୀମା ଟଙ୍କା ପାଇଁ ଏଭଳି ଜଘନ୍ୟ କାମ କରିଥିବା ଅଭିଯୋଗ ହୋଇଥିଲା ।

ସବୁଠାରୁ ବଡ଼ କଥା ହେଉଛି ଡାନିଏଲଙ୍କ ହତ୍ୟାର କିଛି ଦିନ ତଳେ ନେସି ଏକ ବନ୍ଧୁକ କିଣିଥିଲେ । ଗଣମାଧ୍ୟମର ରିପୋର୍ଟ ଅନୁସାରେ ନେସି ଏସବୁ କରିବାକୁ ବହୁ ଆଗରୁ ଯୋଜନା ପ୍ରସ୍ତୁତ କରିଥିଲେ । ନେସିଙ୍କ ଓକିଲଙ୍କ କହିବା କଥା ସେ ତାଙ୍କ ଉପନ୍ୟାସ ରଚନା ପାଇଁ ବନ୍ଧୁକ କିଣିଥିଲେ । ହେଲେ ନେସିଙ୍କ ସ୍ବାମୀ ତାଙ୍କୁ ନିର୍ଯାତନା ଦେଉଥିବାରୁ ତାଙ୍କୁ ହତ୍ୟା କରିଥିଲେ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି । ଗୋଟେ ପଟେ ଦେଖିଲେ ନେସି ତାଙ୍କ ସ୍ବାମୀଙ୍କ ସହ ୨୫ ବର୍ଷରୁ ଊର୍ଦ୍ଧ୍ବ ହେବ ଏକାଠି ରହି ଆସୁଥିଲେ । ତେବେ ଦଣ୍ଡ ଶୁଣାଣିର ୮ଘଣ୍ଟା ପୂର୍ବରୁ ନେସିଙ୍କ ଓକିଲ ବିଚାରପତିଙ୍କ ନିକଟରେ ଆଉ ଏକ ତାରିଖ ରଖାଯିବା ପାଇଁ ପ୍ରସ୍ତାବ ରଖିଛନ୍ତି । ୨୦୧୧ରେ ନେସି ‘କିପରି ଅପଣଙ୍କ ସ୍ବାମୀଙ୍କୁ ମାରିବେ?’ ଶୀର୍ଷକ ଏକ ବ୍ଲଗ ଲେଖିଥିଲେ,  ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର