‘ଭ୍ୟାଲେନ୍‌ଟାଇନ୍‌ ଡେ’ ଅବସରରେ ମଞ୍ଚରେ ରାହୁଲଙ୍କ ଗାଲରେ ମହିଳା ଦେଲେ, ଚୁମ୍ବନ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୧୯କୁ ନେଇ କଂଗେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଗୁଜୁରାଟ ଭଲସାଡରେ ଏକ ର‍୍ୟାଲିର ଆୟୋଜନ କରିଛନ୍ତି। ଏହି ର‍୍ୟାଲର ଆୟୋଜନ ଚାଲିଥିବା ସମୟରେ ମଞ୍ଚରେ କଂଗ୍ରେସ ଅଧ୍ୟକ୍ଷ ରାହୁଏ ଗାନ୍ଧି ପହଞ୍ଚିଥିଲେ। ଏହି ସମୟରେ ରାହୁଲଙ୍କ ଗାଲରେ ‘ଭ୍ୟାଲେନ୍‌ଟାଇନ୍‌ ଡେ’ ଅବସରରେ ଜଣେ ମହିଳା ମଞ୍ଚରେ ଚୁମ୍ବନ ଦେଇଥିଲେ। ଏହି ପୂରା ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳୁଛି ମାଇକ୍‌ରେ ରାହୁଲ ଗାନ୍ଧିଙ୍କ ସାମ୍ନାରେ ତାଙ୍କର ସ୍ୱଗାତ ସମ୍ଭୋଧନ କରାଯାଉଛି। ଏହି ସମୟରେ ତିନିଚାରିଜଣ ମହିଳା ମଞ୍ଚ ଉପରକୁ ଉଠି ଆସିଥିଲେ। ମହିଳାଙ୍କୁ ସ୍ୱାଗତ ଜଣାଇବା ପାଇଁ ରାହୁଲ ଗାନ୍ଧି ବି ମଞ୍ଚରେ ଛିଡା ହୋଇଯାଇଥିଲେ। ସେହି ସମୟରେ ଜଣେ ରାହୁଲ କିଛି ବୁଝିବା ପୂର୍ବରୁ ଜଣ ମହିଳା ରାହୁଲଙ୍କ ଗାଲରେ ଏକ ଚୁମ୍ବନ ଦେଇଥିଲେ। କଂଗ୍ରେସ ଅଧ୍ୟକ୍ଷ ବି ଏହି ଘଟଣା ପରେ ହସିବାରେ ଲାଗିଥିବା ଦେଖିବାକୁ ମିଳିଛି।

ଭଲସାଡରେ ରାହୁଲ ଗାନ୍ଧି ଏହି ର‍୍ୟାଲି ଜରିଆରେ ଗୁଜୁରାଟରେ ନିଜର ନିର୍ବାଚନ ଅଭିଯାନ ଆରମ୍ଭ କରି ଦେଇଛନ୍ତି। ୨୦୧୭ ବିଧାନସଭା ନିର୍ବାଚନ ପରେ ରାହୁଲ ଗାନ୍ଧିଙ୍କ ଏହା ପ୍ରଥମ ଗୁଜୁରାଟଗସ୍ତ।

 

ସମ୍ବନ୍ଧିତ ଖବର