ନୂଆଦିଲ୍ଲୀ : ଅନ୍ଲାଇନ୍ ଜିନିଷ କିଣି ଠକାମିର ଶିକାର ହେବା କିଛି ନୂଆ କଥା ନୁହେଁ । ପୂର୍ବରୁ ଏମିତି ଅନେକ ଘଟଣା ସାମ୍ନାକୁ ଆସି ସାରିଛି । କିଛି ଦିନ ତଳେ ଜଣେ ଯୁବକ ନାପ୍ତୋଲରୁ ଫୋନ ଅର୍ଡ଼ର କରିଥିବା ବେଳେ ତାଙ୍କୁ ରିନ୍ ସାବୁନ ମିଳିଥିଲା । ଏବେ ଆମାଜନ ଭଳି ଏକ ବ୍ରାଣ୍ଡେଡ଼୍ କମ୍ପାନି ଦ୍ୱାରା ସେଭଳି ଭୁଲ ହୋଇଥିବା ଦେଖିବାକୁ ମିଳିଛି । ଜଣେ ମହିଳା ୭ହଜାର ଟଙ୍କା ଦେଇ ଜେବିଏଲ ସ୍ପିକର କିଣିଥିବା ବେଳେ ଆସିଥିବା ପ୍ୟାକେଟ ଭିତରର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ସୂଚନା ମୁତାବକ, ମହିଳା ନିଜର ମନୋରଞ୍ଜନ ପାଇଁ ଏକ ଜେବିଏଲ୍ ସ୍ପିକର ଆମାଜନରୁ ଅର୍ଡ଼ର କରିଥିଲେ । ଅର୍ଡ଼ରଟି ଦିଆଯାଇଥିବା ସମୟ ମଧ୍ୟରେ ତାଙ୍କ ପାଖରେ ପହଞ୍ଚିଥିଲା । ଖୁସିରେ ମହିଳାଜଣଙ୍କ ପ୍ୟାକେଟ ଖୋଲିବା ପରେ ତା’ ଭିତରେ ସ୍ପିକର ଥିବା ପରିବର୍ତ୍ତେ କିଛି ଦୀପ ଏବଂ ମିଠା ବାହାରିଥିଲା । ସ୍ପିକର ପରିବର୍ତ୍ତେ ଦୀପ ଏବଂ ମିଠା ଦେଖି ମହିଳାଙ୍କ ହୋସ ଉଡ଼ି ଯାଇଥିଲା । ଆମାଜନ ଦ୍ୱାରା ହୋଇଥିବା ଏତେ ବଡ଼ ଭୁଲକୁ ସେ ସମସ୍ତଙ୍କୁ ଜଣାଇବାକୁ ଯାଇ ନିଜ ଟ୍ଵିଟର ଆକାଉଣ୍ଟରେ ଏହାର ଫଟୋ ପୋଷ୍ଟ କରିଥିଲେ । ୭ହଜାରର ଜେବିଏଲ୍ ସ୍ପିକର ଆସିବା ପରିବର୍ତ୍ତେ ୨୦ଟଙ୍କାର ଦୀପ ଏବଂ ମିଠା ପାଇବା ପରେ ସେ ନିଜ ରାଗକୁ ଫଟୋ ପୋଷ୍ଟ କରି ବାହାର କରିଥିବା ଦେଖାଯାଇଛି । ମୁଁ ବୁଝି ପାରୁନି ପ୍ରଥମେ ମିଠା ଖାଇବି ନାଁ ଦୀପରେ ନିଆଁ ଲଗାଇ ଦେବି ଲେଖି ସେ ଫଟୋ ପୋଷ୍ଟ କରିଥିଲେ । ଏହି ଖବର ପ୍ରସାର ହେବା ପରେ ଆମାଜନ ଏଭଳି ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିବା ସହ ଏହାର ସମାଧାନ କରିବାର ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।
My new @JBLaudio Flip4 from @amazonIN samajh nahi aa raha hai ki pehle laddoo khaaun ya diya me aag laga du ?? pic.twitter.com/sBQ2qs97zK
— A Cynical Mind (@girlmeetstartup) 1 November 2018