ମହିଳା ସଂରକ୍ଷଣ ବିଲ୍‌କୁ କଂଗ୍ରେସର ନିଃସର୍ତ୍ତ ସମର୍ଥନ

ନୂଆଦିଲ୍ଲୀ: ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍‌ ଆଗତ କର ଏବଂ ଏହାକୁ ପୂର୍ଣ୍ଣ ସମର୍ଥନ ଯୋଗାଇ ଦିଅ। କଂଗ୍ରେସ ମଧ୍ୟ ନିଃସର୍ତ୍ତ ସମର୍ଥନ ଦେବାକୁ ପ୍ରସ୍ତୁତ ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଲେଖିଥିବା ଏକ ଚିଠିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଭଳି କହିଛନ୍ତି। ରାହୁଲ ଆହୁରି କହିଛନ୍ତି, ଦେଶର ମହିଳାଙ୍କୁ ସଶକ୍ତ କରିବା ସକାଶେ ମୋଦୀ ଜଣେ ବିପ୍ଳବୀ ଭାବେ ଆଗଭର ହେଉଛନ୍ତି। ତେଣୁ ରାଜନୀତିଠାରୁ ଊର୍ଦ୍ଧ୍ୱରେ ରହି ବିଲ୍‌କୁ ମଞ୍ଜୁରି କରାଇବେ ବୋଲି ଆଶା କରୁଛି। ଏହି ବିଲ୍‌ ମଞ୍ଜୁରି ଲାଭ କଲେ ସଂସଦରେ ମହିଳା ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର