ନୂଆଦିଲ୍ଲୀ: ଲୋକମାନେ ବହୁ ପରିଶ୍ରମ କରି ସରକାରୀ ଚାକିରିଟିଏ ପାଇଥାଆନ୍ତି। କିନ୍ତୁ ଅନେକ ଥର ଏମିତି ଘଟଣା ବି ସାମ୍ନାକୁ ଆସିଛି କି ଲୋକେ ସରକାରୀ ଚାକିରିରେ ସନ୍ତୁଷ୍ଟି ନପାଇବାରୁ ସେମାନେ ସେଥିରୁ ଓହରି ନିଜର ବ୍ୟବସାୟ ଆରମ୍ଭ କରିଥାଆନ୍ତି। ଆଉ ଏହି ବ୍ୟବସାୟରୁ ସେମାନେ ଭଲ ଲାଭ ପାଇବା ସହିତ ସନ୍ତୁଷ୍ଟି ବି ପାଇଥାଆନ୍ତି।

Advertisment

ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ବ୍ରିଟେନର ୨୩ବର୍ଷୀୟ ସୁମାୟାହ ସାଦି ବହୁତ କଷ୍ଟରେ ରାଜନୀତିରେ ପ୍ର‌ବେଶ କରି ନିଜ ସ୍ବପ୍ନକୁ ପୂରା କରିଥି‌ଲେ। ସେ ଜଣେ ଯୁବା ସାଂସଦ ରହିବା ସହିତ ମଞ୍ଚେଷ୍ଟର ୟୁଥ କାଉନସିଲର ସଦସ୍ୟ ଭାବେ ମଧ୍ୟ କାମ କରିଛନ୍ତି।  କିନ୍ତୁ କିଛିବର୍ଷ ମଧ୍ୟରେ ତାଙ୍କ ଜୀବନରେ ଏମିତି ମୋଡ଼ ଆସିଥିଲା କି ସେ ସଂସଦରୁ ଓହରି ଯାଇଥିଲେ। ଆଉ ନିଜର ବ୍ୟବସାୟ ଆରମ୍ଭ କରିଥିଲେ।

ସୁମାୟାହ ସାଦି କିଛିଦିନ ହେବ ମୁସଲମାନ ମହିଳାଙ୍କ ପୋଷାକକୁ ନେଇ ଏକ ଦୋକାନ ଖୋଲିଛନ୍ତି। ଲୋକେ ବି ସୁମାୟାହଙ୍କ ପୋଷାକ ସଂଗ୍ରହକୁ ବେଶ ପସନ୍ଦ କରୁଛନ୍ତି। ଅନେକ ସଂଖ୍ୟାରେ ଗ୍ରାହକ ତାଙ୍କ ଦୋକାନକୁ ଆସି ପୋଷାକ କ୍ରୟ କରି ନେଉଛନ୍ତି। ଆାଶ୍ଚର୍ଯ୍ୟର କଥା ହେଉଛି ସୁମାୟାହ ଏହି ଦୋକାନ ଯେଉଁଦିନ ଆରମ୍ଭ କରିଥିଲେ ଏକହଜାରରୁ ଅଧିକ ଗ୍ରାହକ ଆସି ପହଞ୍ଚିଥିଲେ। ଦୋକାନ ସାମ୍ନାରେ ପାଖାପାଖି ୭ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କ୍ରମାଗତ ଭାବେ ଗ୍ରାହକଙ୍କ ଭିଡ଼ ଲାଗି ରହିଥିଲା।

ଏହି ଘଟଣାକୁ ନେଇ ସୁମାୟାହ କହନ୍ତି,‘କୋଭିଡ ସମୟରେ ୱାର୍କ ଫର୍ମ ହୋମ କରୁଥିଲି। ଏହି ସମୟରେ ୟୁଟ୍ୟୁବରୁ ମୁଁ ପୋଷାକ ତିଆରି କରିବା ଶିଖିଥିଲି। ଯେତେବେଳେ କ‌ୋଭିଡ଼ ସରିଥିଲା ମୁଁ ଅଫିସ ଯିବା ଆରମ୍ଭ କରିଥିଲି। ମୋତେ ଆଉ ସେ କାମ ପସନ୍ଦ ‌ଆସି ନଥିଲା। ମୁଁ ନୂଆ କିଛି ଆରମ୍ଭ କରିବାକୁ ଯୋଜନା କରିଥିଲା। ଏହାପରେ ମୋର ନିଜର ଡିଜାଇନର ପୋଷାକ ପ୍ରସ୍ତୁତ କରି ବିକ୍ରି କରିବାକୁ ସ୍ଥିର କରିଥିଲି।’