ୟୁପି: ଥମୁନି ଦୁଷ୍କର୍ମ; ମୁଜାଫରନଗରରେ ବନ୍ଧୁକ ଲଗାଇ ମହିଳାଙ୍କୁ ଦୁଷ୍କର୍ମ

ମୁଜାଫରପୁର (ୟୁପି): ଉତ୍ତରପ୍ରଦେଶର ହାଥରସ୍‌ରେ ଘଟି ଯାଇଥିବା ଜଘନ୍ୟ ଗଣଦୁଷ୍କର୍ମ ଘଟଣା ସମଗ୍ର ଦେଶକୁ ହୋହଲାଇ ରଖି ଦେଇଥିବା ବେଳେ ସେଇ ଉତ୍ତରପ୍ରଦେଶର ମୁଜାଫରପୁର ଅଞ୍ଚଳରେ ଗତକାଲି (ରବିବାର) ରାତିରେ ଘଟିଯାଇଛି ଆଉ ଏକ ନାରକୀୟ ଦୁଷ୍କର୍ମ ଘଟଣା।
ରବିବାର ରାତିରେ ଉତ୍ତରପ୍ରଦେଶର ମୁଜାଫରନଗରରେ ଜଣେ କାମୁକ ବ୍ୟକ୍ତି ବନ୍ଧୁକ ମୁନରେ ଜଣେ ମହିଳାଙ୍କୁ ଭୟଭୀତ କରାଇ ତାଙ୍କୁ ଦୁଷ୍କର୍ମ କରିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି। ପୁଲିସ୍‌ ନିକଟରେ ପୀଡ଼ିତା ମହିଳା ଜଣକ ଆଗତ କରିଥିବା ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଯୁବକ ଜଣକ ରବିବାର ରାତିରେ ଏକ ବନ୍ଧୁକ ସାହାଯ୍ୟରେ ଭୟଭୀତ କରାଇ ତାଙ୍କୁ ଏକ ଆଖୁ କ୍ଷେତ ଭିତରକୁ ନେଇଯିବା ପରେ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲା।
ପୀଡ଼ିତା ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦୁଷ୍କର୍ମକାରୀ ୨୬ ବର୍ଷ ବୟସ୍କ ଶ୍ରାବଣ କୁମାରକୁ ଗିରଫ କରିଛି। ସେହିପରି ଅନ୍ୟ ଏକ ଘଟଣାରେ ଜଣେ ଅନ୍ଧ ମହିଳାଙ୍କୁ ବିବାହର ବାହାନା କରି ତାଙ୍କର ସମ୍ପର୍କୀୟ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ପୁଲିସ୍‌ ନିକଟରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଦୁଷ୍କର୍ମକାରୀକୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର