ନୂଆଦିଲ୍ଲୀ : ସ୍ୱାମୀ ଓ ଦେଡ଼ଶୁରଙ୍କୁ ବନ୍ଧୁକ ମୁନରେ ରଖି ଗୁର୍ଗାଓଁରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ରବିବାର ରାତିରେ ୪ ଜଣ ଅଭିଯୁକ୍ତ ପୀଡ଼ିତାଙ୍କୁ ଗାଡ଼ି ଭିତରୁ ଟାଣି ଆଣି ତାଙ୍କ ସାଥିରେ ଥିବା ସ୍ୱାମୀ ଏବଂ ଦେଡ଼ଶୁରଙ୍କୁ ବନ୍ଧୁକ ମୁନରେ ରଖିଥିଲେ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।
ପୁଲିସ ସୂଚନା ଅନୁଯାୟୀ, ୨୨ ବର୍ଷୀୟା ଉକ୍ତ ପୀଡ଼ିତା ତାଙ୍କ ସ୍ୱାମୀ ଏବଂ ଦେଡ଼ଶୁରଙ୍କ ସହ ଏକ ପାରିବାରିକ ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ। ତେବେ ବାଟରେ ପୀଡ଼ିତାଙ୍କ ସ୍ୱାମୀଙ୍କୁ ପରିଶ୍ରା ଲାଗିବାରୁ ସେ ଗୁର୍ଗାଓଁ ସେକ୍ଟର-୫୬ର ବିଜିନେସ୍ ପାର୍କ ଟାଓ୍ଵାର ନିକଟରେ ଗାଡ଼ି ଅଟକାଇ ବାହାରକୁ ଯାଇଥିଲେ। ସେହି ସମୟରେ ଘଟଣାସ୍ଥଳରେ ୨ଟି କାର୍ ଅଟକିଥିଲା ଏବଂ ଏଥିରୁ ୫ ଜଣ ବ୍ୟକ୍ତି ଆସି ସେମାନଙ୍କୁ ବାଟରେ ଗାଡ଼ି ଅଟକାଇବାର କାରଣ ପଚାରିଥିଲେ। ପରେ ମହିଳାଙ୍କୁ ଗାଡ଼ି ଭିତରୁ ଟାଣି ଆଣି ଦୁଷ୍କର୍ମ କରିଥିଲେ। ବନ୍ଧୁକ ଭୟରେ ତାଙ୍କ ସ୍ୱାମୀ ଏବଂ ଦେଡ଼ଶୁର କେବଳ ନିରବ ଦ୍ରଷ୍ଟା ସାଜିବା ସାର ହୋଇଥିଲା। ତେବେ ସୌଭାଗ୍ୟବସତଃ ପୀଡ଼ିତାଙ୍କ ସ୍ୱାମୀ ଉକ୍ତ ୨ଟି କାର୍ ମଧ୍ୟରୁ ଗୋଟିଏ କାର୍ର ନମ୍ବର ମନେ ରଖିଦେଇଥିଲେ। ଏହି ନମ୍ବରକୁ ଆଧାର କରି ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗୁର୍ଗାଓଁର ସୋହନା ନିକଟ ଜୋହଲ୍କା ଗ୍ରାମରୁ ଗିରଫ କରାଯାଇଛିି।
ଉକ୍ତ ଘଟଣାକୁ ମିଶାଇ ହରଆନାରେ ୧୦ ଦିନରେ ସଂଘଟିତ ୧୦ଟି ଦୁଷ୍କର୍ମ ଘଟଣା ରାଜ୍ୟ ସରକାରଙ୍କ ମହିଳା ସୁରକ୍ଷାରେ ପ୍ରଶ୍ନବାଚୀ ଲଗାଇଛି। ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଏପରି ଦୁଷ୍କର୍ମ ବଢ଼ିଚାଲିଥିବା ଅଭିଯୋଗ ଆଣି ବିରୋଧୀ କଂଗ୍ରେସ ଗତ ବୁଧବାର ଖଟ୍ଟରଙ୍କ ଇସ୍ତଫା ଦାବି କରିଥିଲା।
ସ୍ୱାମୀଙ୍କ ଆଗରେ ମହିଳାଙ୍କୁ ଦୁଷ୍କର୍ମ:ହରିଆନାରେ ୧୦ ଦିନରେ ୧୦ ଦୁଷ୍କର୍ମ
/sambad/media/post_attachments/wp-content/uploads/2018/01/gang-raped-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)