ଚଳନ୍ତା କାର୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ:୩ ବର୍ଷର ଶିଶୁକୁ ରାସ୍ତା କଡ଼କୁ ଫିଙ୍ଗି ଦେଲେ

ମୁଜାଫରନଗର : ଉତ୍ତରପ୍ରଦେଶର ମୁଜାଫରନଗରରେ ଗତକାଲି ଜଣେ ମହିଳା ଚଳନ୍ତା କାର୍‌ରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ପୀଡ଼ିତାଙ୍କ ୩ ବର୍ଷର ଶିଶୁ ସନ୍ତାନକୁ ଦୁଷ୍କର୍ମକାରୀମାନେ ପ୍ରଥମେ ଦିଲ୍ଲୀ-ଡେରାଡୁନ୍‌ ଜାତୀୟ ରାଜପଥ ନିକଟରେ ଫୋପାଡ଼ି ଦେବାପରେ ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ୨୬ ବର୍ଷୀୟା ପୀଡ଼ିତାଙ୍କୁ ଚାକିରି ଦେବା ନାମରେ ଆଣି ଦୁଇ ଯୁବକ ଏହି କୁକର୍ମ ଘଟାଇଥିବା ବେଳେ ସୌଭାଗ୍ୟବଶତଃ ପୀଡ଼ିତାଙ୍କ ୩ ବର୍ଷର ଶିଶୁଟି ବଞ୍ଚି ଯାଇଛି। ଶିଶୁଟିକୁ ନିକଟସ୍ଥ ଗ୍ରାମର ଲୋକମାନେ ପ୍ରଥମେ ଦେଖିବାପରେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରିଥିଲେ।

ଶିଶୁଟି ଏବେ ବିପଦମୁକ୍ତ ରହିଛି। ପୀଡ଼ିତାଙ୍କ ଦ୍ୱାରା ଦାଏର ହୋଇଥିବା ମାମଲାରୁ ଜଣାଯାଇଛି ଯେ ପୀଡ଼ିତାଙ୍କୁ ପ୍ରଥମେ ଜଣେ ଅଭିଯୁକ୍ତ ଆରକେ ମେହେଟା ଚାକିରି ଦେବା ନାମରେ ଡକାଇଥିଲେ। ସେ ତାକୁ ବିଶ୍ୱାସ କରି ବାହାରିଥିବା ବେଳେ ରାସ୍ତାରେ ମେହେଟାର ଅନ୍ୟ ଜଣେ ସାଥୀ କାର୍‌ରେ ବସିଥିଲା। ସେମାନେ ପୀଡ଼ିତାଙ୍କୁ କୋଲ୍ଡଡ୍ରିଙ୍କ୍‌ସରେ ନିଶା ନେଇ ଅଚେତ କରିଦେବାପରେ ଦୁଷ୍କର୍ମ କରିଥିଲେ। ଗଣଦୁଷ୍କର୍ମ କରି ସେମାନେ ପୀଡ଼ିତାଙ୍କୁ ରାସ୍ତାକଡ଼ରେ ଫିଙ୍ଗି ଚମ୍ପଟ ମାରିଥିଲେ। ଚେତା ଫେରିବା ପରେ ପୀଡ଼ିତା ଗୁରୁତର ଆହତ ଅବସ୍ଥାରେ ନିକଟସ୍ଥ ଥାନାକୁ ଯାଇ ଅଭିଯୋଗ ଦାଏର କରିଥିଲେ।
ଦିଲ୍ଲୀ ପୁଲିସର ପରିସଂଖ୍ୟାନରୁ ଜଣାଯାଇଛି ଯେ ଚଳିତବର୍ଷ ପ୍ରଥମ ତିନି ମାସରେ ଜାତୀୟ ରାଜଧାନୀରେ ୫ରୁ ଊର୍ଦ୍ଧ୍ୱ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ପୁଲିସ ଦାବି କରିଛି ଯେ ଗତବର୍ଷ ରିପୋର୍ଟ କରାଯାଇଥିବା ଦୁଷ୍କର୍ମ ମାମଲାଗୁଡ଼ିକରୁ ୯୬.୬୩ ପ୍ରତିଶତ ମାମଲାରେ ଅଭିଯୁକ୍ତ ଏବଂ ପୀଡ଼ିତା ପରସ୍ପରର ଜଣାଶୁଣା।

ସମ୍ବନ୍ଧିତ ଖବର