ଆପଣ ହୁଏତ ଏପରି ଘଟଣା ଚଳଚ୍ଚିତ୍ରରେ ଦେଖିଥିବେ। ବିବାହ ଅଧା ହୋଇଥିବ ସମସ୍ତ ଅତିଥି ଉପସ୍ଥିତ ଥିବେ ଆଉ ଠିକ୍ ସେହି ସମୟରେ କନ୍ୟା ବରକୁ ବାହା ହେବାକୁ ମନା କରି ଚାଲିଯାଏ ନିଜ ପ୍ରେମିକ ସାଥିରେ।
ଏହିପରି ଏକ ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ। ବିବାହ ଉତ୍ସବ ପାଇଁ ସକାଳୁ କୋଳାହଳ ଲାଗି ରହିଥାଏ। ଶିରିପୁରମ୍ ଗ୍ରାମରେ ଥିବା ଚର୍ଚ୍ଚ ମଧ୍ୟରେ ବର ବିବାହ କରିବା ପାଇଁ ଏକ ରକମର ପ୍ରସ୍ତୁତ ଥାଏ। ମାତ୍ର କନ୍ୟାର ମୁଣ୍ଡରେ ଚାଲିଥାଏ ଅନ୍ୟ କଥା। ଆଦ୍ୟ ପ୍ରାର୍ଥନା ପରେ ବିବାହ ଉତ୍ସବ ଆରମ୍ଭ ହୁଏ। ଅତିଥି ଆସି ଉତ୍ସବରେ ଯୋଗ ଦିଅନ୍ତି। ପରମ୍ପରା ମୁତାବକ ବାଇବେଲ୍ ପାଠ ଆରମ୍ଭ ହୁଏ। ରୀତି ଅନୁଯାୟୀ ବରଙ୍କୁ ପ୍ରଶ୍ନ କରାଯାଏ, ତୁମେ ୟାଙ୍କୁ ବିବାହ କରିବାକୁ ରାଜି? ଉତ୍ତର ଆସେ ହଁ। ମାତ୍ର ଯେତେବଳେ କନ୍ୟାଙ୍କୁ ପଚରାଯାଏ, ତୁମେ ୟାଙ୍କୁ ନିଜ ସ୍ୱାମୀ ଭାବେ ଗ୍ରହଣ କରିବାକୁ ରାଜି? ଉତ୍ତର ଆସେ -ନାଁ। ମୁଁ ତାଙ୍କୁ ବିବାହ କରିବାକୁ ଚାହେଁନା।
କନ୍ୟା ଜଣକ ମୁଣ୍ଡରୁ ଓଢ଼ଣା କାଢ଼ି କହନ୍ତି ଯେ ମୁଁ ମୋ ପ୍ରେମିକାଙ୍କୁ ବିବାହ କରିବାକୁ ଚାହେଁ। ତା’ପରେ ସେ ସେହି ସ୍ଥାନ ଛାଡ଼ି ସେଠାରେ ଉପସ୍ଥିତ ଥିବା ନିଜ ପ୍ରେମିକଙ୍କ ହାତ ଧରି ଆଗକୁ ଚାଲନ୍ତି। ଏପରି ଘଟଣା ଘଟିବା ପରେ ବରର ପରିବାର ଲୋକ କନ୍ୟା ପରିବାର ଲୋକଙ୍କୁ ଦୋଷୀ କରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/bride_runs_away_1512653367_725x725.jpg)
