ମାସ୍କ ନପିନ୍ଧି ସୁପର ମାର୍କେଟରେ ପହଞ୍ଚିବାରୁ ମହିଳାଙ୍କୁ ଗିରଫ କଲା ଚୀନ୍ ପୁଲିସ

ନୂଆଦିଲ୍ଲୀ: କିଛି ଦିନ ତଳେ ଚୀନରେ ଆତଙ୍କ ଖେଳାଇଥିବା କରୋନା ଭାଇରାସ ଏବେ ୩୬୧ଜଣ ଲୋକଙ୍କ ପ୍ରାଣ ନେଇ ସାରିଥିବା ବେଳେ ୧୭,୨୦୫ଜଣ ଲୋକ ଏଥିରେ ଆକ୍ରାନ୍ତ ହୋଇ ସାରିଲେଣି। ସଂକ୍ରମଣକୁୁ ରୋକିବା ପାଇଁ ଚୀନ୍ ସରକାର ଉହାନ ସହରବାସୀଙ୍କୁ ବାହାରକୁ ବାହାରିବାର ଅନୁମତି ଦେଉନଥିବା ବେଳେ ଅନ୍ୟ ସହରବାସୀଙ୍କୁ ମାସ୍କ ପିନ୍ଧି ବାହାରିବାକୁ କହୁଛନ୍ତି। ଏଭଳି ପରିସ୍ଥିତରେ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ମହିଳାଙ୍କୁ ଚୀନ୍ ପୁଲିସ ଗିରଫ କରୁଥିବା ଦେଖାଯାଇଛି। ମହିଳା ଜଣଙ୍କ ମୁହଁରେ ମାସ୍କ ପିନ୍ଧିବାକୁ ମନା କରିବାରୁ ପୁଲିସ ଏଭଳି କରିଥିବା ସାମ୍ନାକୁ ଆସିଛି।

indiatimes.com

ଦକ୍ଷିଣ ଚୀନ‌ର ଶେନଜେନ୍ ସହରରେ ଏଭଳି ଘଟଣା ଘଟିଛି। ଜାନୁଆରି ୨୬ ପରଠାରୁ ଆଞ୍ଚଳିକ ସରକାର ସର୍ଜିକାଲ ମାସ୍କକୁ ସମସ୍ତଙ୍କ ପାଇଁ ବାଧ୍ୟତାମୂୂଳକ କରିଦେବା ସହ ଯଦି କେହି ବିନା ମାସ୍କରେ ବାହାରେ ନଜର ଆସୁଛି, ତାକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ଘୋଷଣା ପରେ ମଧ୍ୟ ଯୁବତୀଜଣଙ୍କ ବିନା ମାସ୍କରେ ସୁପର ମାର୍କେଟକୁ ଯାଇ ଜିନିଷ କିଣିଥିଲେ। ଏହା ଦେଖି ସୁପର ମାର୍କେଟରେ ଥିବା ଲୋକେ ତାଙ୍କୁ ସେଠାରୁ ଯିବା ପାଇଁ କହିଥିଲେ। କିନ୍ତୁ ମହିଳାଜଣଙ୍କ ସେଠାରୁ ଯାଇ ନଥିଲେ। ଯାହା ପରେ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ସୁପର ମାର୍କେଟରେ ପହଞ୍ଚି ମହିଳଳାଙ୍କୁ ମାସ୍କ ପିନ୍ଧିବା ପାଇଁ କହିଥିଲେ। କିନ୍ତୁ ମହିଳାଜଣଙ୍କ ପୁଲିସକୁ ମଧ୍ୟ ମାସ୍କ ପିନ୍ଧିବା ପାଇଁ ମନା କରିଥିଲେ। ଯାହା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଏହା ପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇ ପରୀକ୍ଷା କରାଯିବା ପରେ ସେ କରୋନା ଭାଇରସ ସଂକ୍ରମଣର ଶିକାର ହୋଇ ନଥିବା ସ୍ପଷ୍ଟ ହୋଇଥିଲା।

ସମ୍ବନ୍ଧିତ ଖବର