ମାନବ ଚାଲାଣ ରାକେଟର ଶିକାର ବନିଥିବା ଯୁବତୀ ମୁକୁଳି ଆସି ସୁଷମା ସ୍ୱରାଜଙ୍କୁ ଧନ୍ୟବାଦ ଦେଲେ

ହାଇଦ୍ରାବାଦ: ସାଉଦି ଆରବର ରାଜଧାନୀ ରିୟାଦରେ ଏକ  ମାନବ ଚାଲାଣ ରାକେଟର ଶିକାର ବନିଥିବା  ଜଣେ ହାଇଦ୍ରାବାଦୀ ଯୁବତୀ ମୁକୁଳି ଆସି ବିଦୈଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଧନ୍ୟବାଦ ଦେଇଛନ୍ତି। ବିଦେଶ ମନ୍ତ୍ରାଳୟ ଦ୍ୱାରା ସେପ୍ଟେମ୍ବର ୧୧ରେ ଉକ୍ତ ହାଇଦ୍ରାବାଦୀ ଯୁବତୀଙ୍କୁ ରିୟାଦରୁ ଉଦ୍ଧାର କରି ଭାରତରେ ପହଞ୍ଚା ଯାଇଥିଲା। ଭାରତ ପହଞ୍ଚିବା ପରେ ସେ ବିଦୈଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ .ସେ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ଜଣେ ଏଜେଣ୍ଟ ହାଇଦ୍ରାବାଦୀ ମହିଳାଙ୍କୁ ଚାକରି ଦେବା ଲୋଭ ଦେଖାଇ ରିୟାଦ ନେଇ ଯାଇଥିଲେ। ପୀଡ଼ିତାଙ୍କ ଭଉଣୀ ଏ ନେଇ ବିଦେଶ ମନ୍ତ୍ରାଳୟକୁ ସୂଚନା ଦେବା ପରେ ମାମଲା ସାମ୍ନାକୁ ଆସିଥିଲା।

ପୀଡିତାଙ୍କ କହିବାନୁସାରେ, ଏଜେଣ୍ଟ ମୋତେ ରିୟାଦ ନେଇ ଯାଇଥିଲା। ସେଠାରେ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାର ଚାକିରି ଦିଆଯିବ ବୋଲି କହିିଥିଲା। କିନ୍ତୁ ମୁଁ ଯେଉଁ ସ୍ଥାନରେ ପହଞ୍ଚିଥିଲି ସେଠାରେ ମାତ୍ର ଗୋଟିଏ ଲୋକ ଥିଲା। ଯିଏକି ମାତ୍ର କିଛି ପାଇଁ ଶୋଇବାକୁ ଦିଏ ଓ ପୂରାଦିନ କାମ କରାଇଥାଏ। ଯେତେବେଳେ ମୁଁ କାମ କରିବାକୁ ମନା କରିଥିଲି ସେ ମୋ ସହ ଦୁର୍ବ୍ୟବହାର କରିବା ଆରମ୍ଭ କରି ଦେଉଥିଲା। ଶରୀର ଅସୁସ୍ଥ ହୋଇଗଲେ ଓ କାମ କରି ନପାରିଲେ ସେ ମୋର ପାରିଶ୍ରମିକ ବି କାଟି ନିଏ। ରାମଜାନ ସମୟରେ ସେ ମୋତେ ଭୋକରେ ବି ରଖିଥିଲା।

ସମ୍ବନ୍ଧିତ ଖବର