ବମ୍ବେ ହାଇକୋର୍ଟର ମହିଳା ବିଚାରପତିଙ୍କ ପାଖକୁ ଏହି କାରଣରୁ ମହିଳା ପଠାଇଲେ କଣ୍ଡୋମ ପ୍ୟାକେଟ୍ !

ମୁମ୍ବାଇ: ବମ୍ବେ ହାଇକୋର୍ଟର ବିଚାରପତି ପୁଷ୍ପା ଗାନେଡିୱାଲା ନିକଟରେ ପୋକସୋ ଆଇନ ଅଧୀନରେ ଯୌନ ନିର୍ଯାତନା ମାମଲାରେ ଏକ ରାୟ ଶୁଣାଇ ବିବାଦୀୟ ହୋଇପଡ଼ିଛନ୍ତି । ଏହି ରାୟକୁ ନେଇ ଏବେ ବିରୋଧ ଦେଖା ‌ଦେଇଛି। ଏହି ରାୟକୁ ବିରୋଧ କରି ଅହମ୍ମଦାବାଦର ଜଣେ ମହିଳା ବିଚାରପତି ପୁଷ୍ପା ଗାନେଡିୱାଲାଙ୍କ ପାଖକୁ କଣ୍ଡୋମ ପ୍ୟାକେଟ ପଠାଇଛନ୍ତି। ତାଙ୍କ ରାୟରେ ଜଷ୍ଟିସ ଗାନେଡିୱାଲା କହିଥିଲେ-ନାବାଳିକାର ପୋଷାକ ନଖୋଲି ଓ ଶରୀରକୁ ସିଧା ସ୍ପର୍ଶ ନ କରି କେବଳ ପୋଷାକ ଉପରେ ହାତ ରଖିବା ଯୌନ ନିର୍ଯାତନା ନୁହେଁ ।

ଦେବଶ୍ରୀ ତ୍ରିବେଦୀ ନାମ୍ନୀ ମହିଳା କହିଛନ୍ତି, ସେ ଫେବ୍ରୁଆରି ୧୩ରେ  ୧୨ଟି ପ୍ୟାକେଟରେ କଣ୍ଡୋମ ଭର୍ତ୍ତି କରି ଜଷ୍ଟିସ ଗାନେଡିୱାଲାଙ୍କ ଚ୍ୟାମ୍ବର, ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ ରେଜିଷ୍ଟ୍ରାର ଓ ମୁମ୍ବାଇରେ ଥିବା ପ୍ରିନ୍ସିପାଲ ବେଞ୍ଚ‌ର ଠିକଣାକୁ ପଠାଇଛନ୍ତି। ଏହାକୁ ସେ ୟୁଟୁବରେ ଅପଲୋଡ କରିଛନ୍ତି। ତାଙ୍କର ଏହି ଭିଡିଓକୁ କିଛି‌ ଲୋକ ପସନ୍ଦ କରୁଥିବା ବେ‌ଳେ ଆଉ କିଛି ନାପସନ୍ଦ କରୁଛନ୍ତି।

Image result for woman-sends-condoms-to-bombay-high-court-judge

ତ୍ରିବେଦୀ ଦାବି କରିଛନ୍ତି କି ତାଙ୍କ ପାଖରେ ପଞ୍ଜିକୃତ ପାର୍ସଲଗୁଡ଼ିକର ବୈଧ ରସିଦ ରହିଛି, ଯାହା ମାଧ୍ୟମରେ ସେ ପ୍ୟାକେଟ ପଠାଇଥିଲେ। ଏହି ଘଟଣାକୁ ନେଇ ହାଇକୋର୍ଟ କିଛି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। ସୋମବାର ଅପରାହ୍ନ ୫.୧୧ଟା ସମୟରେ ନାଗପୁରର ହାଇକୋର୍ଟ ରେଜିଷ୍ଟ୍ରିରେ ହରିଦାସ ନାମକ ଜଣେ ବ୍ୟକ୍ତି ତାଙ୍କ ପାର୍ସଲଗୁଡ଼ିକର ରସିଦ ଗ୍ରହଣ କରିଥିବା ସେ ଦାବି କରିଛନ୍ତି।

ପୁଷ୍ପା କହିଛନ୍ତି, ‘‘ନାବାଳିକାଙ୍କ ପୋଷାକ ନଖୋଲି ଓ ଶରୀରକୁ ସିଧା ସ୍ପର୍ଶ ନ କରି କେବଳ ପୋଷାକ ଉପରେ ହାତ ରଖିବା ଯୌନ ନିର୍ଯାତନା ନୁହେଁ ବୋଲି ବମ୍ବେ ହାଇକୋର୍ଟର ବିଚାରପତି ପୁଷ୍ପା ଗାନେଡିୱାଲା କହିଛନ୍ତି। ତେଣୁ ମୁଁ ତାଙ୍କୁ କଣ୍ଡୋମ ପଠାଇ ଜଣାଇ ଦେବାକୁ ଚାହିଁଛି କି,ଏହାର ବ୍ୟବହାର ଦ୍ବାରା ବି ଚର୍ମ ସ୍ପର୍ଶ ହୁଏ ନାହିଁ, ତେବେ ଏହାକୁ କ’ଣ କୁହାଯିବ? ମୁଁ କେବେ ହେଲେ ଅନ୍ୟାୟକୁ ସହ୍ୟ କରିପାରିବି ନାହିଁ। ଜଣେ ନାବାଳିକା ଜଷ୍ଟିସ ଗାନେଡିୱାଲାଙ୍କ ପାଇଁ ନ୍ୟାୟ ପାଇଲା ନାହିଁ। ତାଙ୍କୁ ତୁରନ୍ତ ନିଲମ୍ବିତ କରାଯାଉ।”

Image result for woman-sends-condoms-to-bombay-high-court-judge

ରେଜିଷ୍ଟ୍ରାର (ପ୍ରଶାସନ) ସଞ୍ଚୟ ଭାରୁକା ଏ ପ୍ରସଙ୍ଗ‌ରେ କିଛି ପ୍ରତିକ୍ରିୟା ଦେଇ ପାରିବେ ନାହିଁ ମନା କରି ଦେଇଥିବା ବେଳେ ବରିଷ୍ଠ ପ୍ରଶାସନିକ ବିଚାରପତି ନିତିନ ଜାମଦାର ମଧ୍ୟ ତାଙ୍କ ଚାମ୍ବରକୁ ଯିବାକୁ ମନା କରି ଦେଇଥିଲେ।

ସମ୍ବନ୍ଧିତ ଖବର