ପ୍ରଧାନମନ୍ତ୍ରୀଙ୍କୁ କଳା ପତାକ ଦେଖାଇଥିବା ମହିଳାଙ୍କୁ ଗୁଳି

ସୁଲତାନପୁର: ସୁଲତାନପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଳା ପତାକା ଦେଖାଇ ଚର୍ଚ୍ଚାକୁ ଆସିଥିବା କଂଗ୍ରେସ ନେତ୍ରୀ ରୀତା ଯାଦବଙ୍କୁ ସୋମବାର ଦିନ ସନ୍ଧ୍ୟାରେ ଦୁର୍ବୃର୍ତ୍ତମାନେ ଗୁଳିମାଡ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଗୁଳିଟି ରୀତା ଯାଦବଙ୍କ ଗୋଡରେ ବାଜିଥିଲା । ଗୁରୁତର ଅବସ୍ଥାରେ ରୀତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲବୁଆଁର ଥାନା ଅଧିକାରୀ ସତୀଶ ଚନ୍ଦ୍ର ଶୁକ୍ଳା ଗୁଳିକାଣ୍ଡ ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ଓ ରୀତା ଯାଦବଙ୍କ ବୟାନ ମଧ୍ୟ ସଂଗ୍ରହ କରିଛନ୍ତି ।

ଚେତା ଆସିବା ପରେ ରୀତା ଯାଦବ କହିଛନ୍ତି,ମୁଁ ପୋଷ୍ଟର-ବ୍ୟାନର ତିଆରି କରିବା ପାଇଁ ଯାଇଥିଲି ଓ ସେଠାରୁ ଘରକୁ ଆସୁଥିଲି । ଲବୁଆଁର ହାଇଓ୍ଵ ପାର୍ଶ୍ଵରେ ତିନି ଜଣ ଲୋକ ଅଭରଟେକ୍ କରି ମୋ ବୋଲେରକୁ ରୋକି ଅଶ୍ଳୀଳ ଭାଷା ପ୍ରୟୋଗ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ମୋ ଡ୍ରାଇଭରର କାନପାଖରେ ପିସ୍ତଲ ଲଗାଇ ରଖିଥିଲେ । ଏହାପରେ ମୁଁ ଚାପୁଡା ମାରିବାରୁ ସେମାନେ ମୋତେ ଗୁଳିମାରି ପଳେଇଥିଲେ ।

୧୬ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ପୂର୍ବାଞ୍ଚଳ ଏକ୍ସପ୍ରେସର ଉଦ୍ଘାଟନ ପାଇଁ ସୁଲତାନପୁର ଆସିଥିଲେ ସେତେବେଳେ ରୀତା ଯାଦବ ପ୍ରଧାନମନ୍ତ୍ରୀଙ୍କୁ କଳାପତାକା ଦେଖାଇଥିଲେ । ଏହାପରେ ପୁଲିସ ତାଙ୍କୁ ଗିରଫ କରି ଜେଲରେ ୨ ଦିନ ରଖିଥିଲା । ୨ ଦିନ ପରେ ରୀତା ଯାଦବଙ୍କୁ ଜାମିନ୍ ମିଳିଥିଲା ।

ରିପୋର୍ଟ ଅନୁସାରେ ଏହି ଘଟଣାର ୧ ମାସ ପର୍ଯ୍ୟନ୍ତ ରୀତା ଯାଦବ ସମାଜବାଦୀ ପାର୍ଟିରେ ରହିଥିଲେ ତେବେ ଦଳରେ ତାଙ୍କୁ ଉପଯୁକ୍ତ ସମ୍ମାନ ନ ମିଳିବାରୁ ଡିସେମ୍ବର ୧୭ ତାରିଖ ଦିନ ରୀତା କଂଗ୍ରେସରେ ଯୋଗ ଦେଇଥିଲେ ।
ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ କଂଗ୍ରେସ ଏହି ମାମଲାକୁ ନେଇ କଂଗ୍ରେସକୁ ଘେରିଛି । ଉତ୍ତର ପ୍ରଦେଶ କଂଗ୍ରେସ ଟ୍ଵିଟରରେ କହିଛି,ଝିଅମାନଙ୍କୁ ନିର୍ବାଚନରୁ ଦୂରେଇ ରଖିବା ପାଇଁ ବିଜେପି ଜଙ୍ଗଲରାଜରେ ଭଡାଟିଆ ଗୁଣ୍ଡାମାନଙ୍କୁ ନିଯୁକ୍ତ କରିଛି ।

ସମ୍ବନ୍ଧିତ ଖବର