ସମ୍ଭୋଗ ସମୟରେ ବ୍ୟକ୍ତିଙ୍କୁ ଛୁରାମାଡ କଲେ ଯୁବତୀ

ନୂଆଦିଲ୍ଲୀ: ଆମେରିକାର ଲସ୍ ଭେଗାସରେ ବସବାସ କରୁଥିବା ଜଣେ ଯୁବତୀ ତାଙ୍କ ସାଥୀଙ୍କୁ ସମ୍ଭୋଗ ସମୟରେ ଛୁରାମାଡ଼ କରିଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି କାଣ୍ଡ ଘଟାଇଥିବା ଯୁବତୀଙ୍କ ନାମ ନିକା ନିକୋବିନ ବୋଲି ଜଣାପଡ଼ିଛି। ନିକାଙ୍କ ବିରୋଧରେ ହତ୍ୟା ଉଦ୍ୟମ ସହିତ ଅନ୍ୟ ମାମଲା ମଧ୍ୟ ରୁଜୁ ହୋଇଛି। ଏହି ଘଟଣାର ପୁଲିସ ତଦନ୍ତ ଜାରି ରଖିଛି।

ମିଡିଆ ରିପୋର୍ଟ ଅନୁସାରେ, ବ୍ୟକ୍ତିଜଣଙ୍କ ନିକାଙ୍କୁ ଏକ ଡେଟିଂ ଓ୍ୱେବସାଇଟ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ । ଏହାପରେ ନିକା ଓ ଉକ୍ତ ବ୍ୟକ୍ତିଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। କିଛିଦିନର ଏହି ବନ୍ଧୁତା ପରେ ନିକା ଉକ୍ତ ଯୁବକଙ୍କୁ ଏକ ହୋଟେଲକୁ ଡାକିଥିଲେ। ଯୁବତୀଙ୍କ କଥା ଅନୁସାରେ ବ୍ୟକ୍ତି ଜଣକ ହୋଟେଲରେ ପହଞ୍ଚିଥିଲେ।

हैरतअंगेज मामला
zeenews

ହୋଟେଲ‌ରେ ପହଞ୍ଚିବା ପରେ ନିକା  ରୁମର ଲାଇଟ୍ ବନ୍ଦ କରିବା ପରେ ବ୍ୟକ୍ତିଙ୍କ ଆଖିରେ ପଟି ବାନ୍ଧି ଦେଇଥିଲେ । କିଛି ମିନିଟ୍ ସେ ଉକ୍ତ ବ୍ୟକ୍ତିଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇଥିଲେ। ଏହାପରେ ହଠାତ ସେ ତାଙ୍କ ସାଥୀଙ୍କ ବେକକୁ ଛୁରୀରେ ଆକ୍ରମଣ କରି ଦେଇଥିଲେ । ଯନ୍ତ୍ରଣା ହେବାରୁ ବ୍ୟକ୍ତିଜଣଙ୍କ ନିକାଙ୍କୁ  ଜୀବନ ବିକଳରେ ଧକ୍କା ଦେଇ ସେଠାରୁ କୌଶଳ କ୍ରମେ ଚାଲି ଆସି ୯୧୧ନମ୍ବର ଡାଏଲ୍  କରି ପୁଲିସକୁ କଲ୍ କରିଥିଲେ। ନିକା ଏକ ମୋଟିଭେସନାଲ ଗୀତ ଦେଖିଥିଲେ। ଏହାପରେ ସେ ଏପରି ପଦକ୍ଷେପ ନେଇଥିବା ପୁଲିସ ଆଗରେ ସ୍ୱୀକାର କରିଥିଲେ।

 

ସମ୍ବନ୍ଧିତ ଖବର