ନୂଆଦିଲ୍ଲୀ: ଆଜିକାଲି ନିଜ ଘର ବା ନିଜ ଦୋକାନ ଉପରେ ନଜର ରଖିବା ପାଇଁ ଲୋକେ ସିସିଟିଭି କ୍ୟାମେରା ଲଗାଉଛନ୍ତି। ଚୋରିର ଆଶଙ୍କା ରହିଥିବାରୁ ସୁରକ୍ଷା ଦୃଷ୍ଟିରୁ ଲୋକେ ଏଭଳି କରୁଛନ୍ତି। ଏହା ଦ୍ବାରା ଅନେକ ଚୋର ଧରାପଡ଼ିବା ସହ ଅନେକ ଘଟଣାର ପ୍ରମାଣ ମଧ୍ୟ ପୁଲିସକୁ ସିସିଟିଭି ଫୁଟେଜରୁ ମିଳିଯାଉଛି। ଏବେ ସିସିଟିଭି ପାଇଁ ଜଣେ ମହିଳାଙ୍କ ଚୋରି ସାମ୍ନାକୁ ଆସିଛି। ସୁନାଗହଣା ନୁହେଁ ବରଂ ଜଣେ ମହିଳା ଅଜଣା ଲୋକଙ୍କ ଘର ଆଗରୁ ଫୁଲକୁଣ୍ଡ ଉଠାଇ ନେଇଥିବା ସାମ୍ନାକୁ ଆସିଛି। ଦିନ ସମୟରେ ମହିଳା ଏଭଳି କରିଥିବାର ଭିଡିଓ ଏବେ ଭାଇରାଲ ହେଉଛି।
A Lady On Scooter Got Caught stealing Flowers pots in Broad Day-Light pic.twitter.com/CKj4ax7cRE
— Ghar Ke Kalesh (@gharkekalesh) December 16, 2024
ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ମହିଳାଜଣକ ସ୍କୁଟି ନେଇ ଆସୁଛନ୍ତି। କିଛି ବାଟ ଆସିବା ପରେ ସେ ଗୋଟାଏ ଘର ଆଗରେ ଫୁଲକୁଣ୍ଡ ରଖାଯାଇଥିବା ଦେଖି ଗାଡ଼ି ଅଟକାଉଛନ୍ତି। ଏହା ପରେ ଘର ଆଗରେ ରଖାଯାଇଥିବା ଫୁଲକୁଣ୍ଡ ପାଖକୁ ଯାଇ କିଛି ସମୟ ରଖାଯାଇଥିବା ୩-୪ଟି ଫୁଲକୁଣ୍ଡକୁ ଭଲ ଭାବରେ ଦେଖୁଛନ୍ତି। ଘର ଆଗରେ କେହି ନଥିବା ଦେଖି ସେ ତୁରନ୍ତ ଏକ ଫୁଲକୁଣ୍ଡ ଉଠାଇ ସ୍କୁଟି ଆଗରେ ରଖୁଛନ୍ତି ଏବଂ ସେଠାରୁ ଚାଲିଯାଉଛନ୍ତି। ଭିଡିଓ ଭାଇରାଲ ହୋଇଥିଲେ ବି ଘଟଣାଟି କେଉଁ ସହରରେ ଘଟିଛି ତାହା ସାମ୍ନାକୁ ଆସିନାହିଁ।