ଧନୀ ଜୀବନସାଥୀ ଖୋଜିବା ପାଇଁ ଡେଟିଙ୍ଗ ଏଜେନ୍ସିକୁ ୧୦ଲକ୍ଷ ଟଙ୍କା ଦେଇଥିଲେ ମହିଳା,କିନ୍ତୁ ପରେ ସାମ୍ନାକୁ ଆସିଲା କମ୍ପାନିର ଅସଲ ଚେହେରା

ନୂଆଦିଲ୍ଲୀ : ଲଣ୍ଡନରେ ଜଣେ ମହିଳା ଧନୀ ପ୍ରେମିକ ପାଇବା ଆଶାରେ ଏକ ଡେଟିଙ୍ଗ ଏଜେନ୍ସିକୁ ୧୦ଲକ୍ଷ ଟଙ୍କା ଦେଇ ଠକାମୀର ଶିକାର ହୋଇଥିବା ଜଣା ପଡ଼ିଛି । କମ୍ପାନୀ ମହିଳାଙ୍କ ପାଇଁ ତାଙ୍କ ମନ ମୁତାବକ ଜୀବନସାଥୀ ଖୋଜିଦେବ ବୋଲି ତାଙ୍କ ଠାରୁ ୧୦ଲକ୍ଷ ଟଙ୍କା ନେଇ ମଧ୍ୟ ଦେଇଥିବା କଥାକୁ ରଖି ପାରି ନ ଥିଲା । ଯେଉଁଥି ପାଇଁ ମହିଳା ହାଇକୋର୍ଟର ଦ୍ୱାରସ୍ଥ ହେବା ପରେ ଏବେ କମ୍ପାନୀକୁ ୧୪ଲକ୍ଷ ଟଙ୍କା ଜରିମାନା ଦେବାକୁ ଅଦେଶ ଦେଇଛନ୍ତି ଅଦାଲତ ।

Zee News

ସୂଚନା ମୁତାବକ, ଟେରେଜା ବୁର୍କି ବିବାହ କରିବା ପରେ ତାଙ୍କର ୩ଟି ସନ୍ତାନ ଜନ୍ମ ହୋଇଥିଲେ । ପ୍ରଥମ ସ୍ୱାମୀଙ୍କ ସହ ବିବାଦ ହେବାରୁ ସେ ଛାଡ଼ପତ୍ର ନେବା ସହ ଧନୀ ଯୁବକଙ୍କୁ ନିଜର ଜୀବନସାଥୀ କରିବେ ବୋଲି ନିଷ୍ପତ୍ତିି ନେଇଥିଲେ ଟେରେଜା । ଏକ ଡ଼େଟିଙ୍ଗ ଏଜେନ୍ସି ଏଭଳି ସୁବିଧା ଦେଉଥିବା ଜାଣି ନିଜ ପାଇଁ ଧନୀ ଜୀବନସାଥୀ ଖୋଜିବା ପାଇଁ ସେ କମ୍ପାନୀକୁ ୧୦ଲକ୍ଷ ଟଙ୍କା ଦେଇଥିଲେ । ଯେଉଁ ବ୍ୟକ୍ତି ଧନୀ ହେବା ସହ ବିଦେଶ ଯାତ୍ରା କରିବାକୁ ପସନ୍ଦ କରୁଥିବ ସେଭଳି ପୁରୁଷ ମୋତେ ଦରକାର ବୋଲି କହି ଏଜେନ୍ସିକୁ ଟଙ୍କା ଦେଇଥିଲେ ଟେରେଜା । ଲକ୍ଷ ଲକ୍ଷ ଲୋକ ଯୋଡ଼ି ହୋଇଥିବା କହି କମ୍ପାନୀର ମୁଖ୍ୟ ସମସ୍ତଙ୍କଠାରୁ ଟଙ୍କା ନେଉଥିଲେ । ପ୍ରକୃତରେ କେବଳ ୧୦୦ଜଣ ପୁରୁଷ କମ୍ପାନୀ ସହ ଯୋଡ଼ି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେହି ବି ଟେରେଜାଙ୍କ ପସନ୍ଦ ହୋଇ ନ ଥିଲେ । ଆରମ୍ଭରୁ କମ୍ପାନୀ ଏଭଳି ଅନେକ ମିଥ୍ୟା ସୂଚନା ଦେଇ ଭ୍ରମିତ କରିଥିବାରୁ ଟେରେଜା ଶେଷରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାହା ପରେ କମ୍ପାନୀ ଉପରେ ୧୪ଲକ୍ଷ ଟଙ୍କାର ଜରିମାନା ଲଗାଇଥିଲେ ଅଦାଲତ ।

ସମ୍ବନ୍ଧିତ ଖବର