କ୍ୱାରେଣ୍ଟିନ୍ ଅମାନ୍ୟ କରି ଦୁଇଟି ଟ୍ରେନ୍ ଏବଂ ଅଟୋରେ ଦିଲ୍ଲୀରୁ କୋଲକାତା ଯାଇଥିବା ମହିଳାଙ୍କ ସମେତ ୫ଜଣ କୋଭିଡ୍-୧୯ରେ ଆକ୍ରାନ୍ତ

କୋଲକାତା: ଘରେ ଏକାନ୍ତବାସରେ ରହିବାକୁ କୁହାଯାଇଥିବା ଜଣେ ୨୯ ବର୍ଷୀୟ ମହିଳା ନିର୍ଦେଶ ଉଲ୍ଲଂଘନ କରି ଦୁଇଟି ଟ୍ରେନ୍ ଯୋଗେ ନୂଆଦିଲ୍ଲୀରୁ ତେହାତ୍ତାରେ ପହଞ୍ଚଛନ୍ତି । ତେହାତ୍ତା କୋଲକାତାର ଉତ୍ତର ଦିଗକୁ ପ୍ରାୟ ୧୭୦ କିଲୋମିଟର୍ ଦୂରରେ ଅବସ୍ଥିତ । ସେ କୋଭିଡ୍-୧୯ରେ ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି ।

ତାଙ୍କ ୬ ବର୍ଷିୟ ପୁଅ, ୯ମାସର ଝିଅ, ଜଣେ ୪୫ ବର୍ଷୀୟ ଆତ୍ମୀୟ ଏବଂ ତାଙ୍କ ୧୧ବର୍ଷୀୟ ଝିଅ ମଧ୍ୟ କରୋନାଭାଇରସ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଉକ୍ତ ପରିବାର ସମସ୍ତଙ୍କ ସହ ମିଳାମିଶା କରିବା ସହ ସ୍ଥାନୀୟ ବଜାରକୁ ଯାଇଥିବା କଥା ମଧ୍ୟ ଅଭିଯୋଗ ହେଉଛି ।

ଜଣେ ବରିଷ୍ଠ ଜିଲ୍ଲା କର୍ମଚାରୀ କହିଛନ୍ତି ଯେ ସେ ପରିବାର ସଂସ୍ପର୍ଶରେ ଆସିଥିବା କଥା ଅନେକ ଲୋକ ଅସ୍ୱୀକାର କରୁଛନ୍ତି । ଏହା ପରିସ୍ଥିତିକୁ ସଙ୍ଗୀନ୍ କରିପାରେ ।
ସେ ୨୯ ବର୍ଷୀୟ ମହିଳା ହେଉଛନ୍ତି ଉତ୍ତରାଖଣ୍ଡର ବାସିନ୍ଦା ଏବଂ ତାଙ୍କ ୪୫ ବର୍ଷୀୟ ଆତ୍ମୀୟ ହେଉଛନ୍ତି ଦିଲ୍ଲୀର ବାସିନ୍ଦା ।

ପଶ୍ଚିମବଙ୍ଗ ଅନ୍ତର୍ଗତ ନଦିଆ ଜିଲ୍ଲାର ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ମାର୍ଚ ୧୬ ତାରିଖ ଦିନ ଉକ୍ତ ମହିଳା ଇଂଲଣ୍ଡରୁ ଫେରିଥିବା ତାଙ୍କ ସମ୍ପର୍କୀୟ ଭାଇଙ୍କୁ ଭେଟିଥିଲେ । ତେଣୁ ଦିଲ୍ଲୀ ପ୍ରଶାସନ ତାଙ୍କୁ “ହୋମ୍ କ୍ୱାରେଣ୍ଟିନ୍’ରେ ରହିବାକୁ ଉପଦେଶ ଦେଇଥିଲେ । କିନ୍ତୁ, ମାର୍ଚ ୧୯ ତାରିଖ ଦିନ ସେ ଦିଲ୍ଲୀ-ସିଆଲଦା ରାଜଧାନୀ ଏକ୍ସପ୍ରେସ୍ ଚଢ଼ି ମାର୍ଚ ୨୦ ତାରିଖ ଦିନ କୋଲକାତାରେ ପହଞ୍ଚିଥିଲେ । ସେଠାରୁ ନଦିଆ ଜିଲ୍ଲା ଅନ୍ତର୍ଗତ ତେହାତ୍ତାରେ ପହଞ୍ଚିବାକୁ ଏକ ପାସେଞ୍ଜର୍ ଟ୍ରେନ୍ ଧରିଥିଲେ । ଟ୍ରେନରୁ ଓହ୍ଲାଇ ସେମାନେ ଅଟୋରିକ୍ସା ଯୋଗେ ଗନ୍ତବ୍ୟସ୍ଥଳକୁ ଯାଇଥିଲେ । ପରବର୍ତ୍ତୀ ଦୁଇ ତିନି ଦିନରେ ସେ ଲୋକମାନଙ୍କ ସହ ମିଳାମିଶା କରିବା ସହ ସ୍ଥାନୀୟ ବଜାରକୁ ଯାଇଥିଲେ । ଏବେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତାଙ୍କ ସହ ତାଙ୍କର ପିଲାମାନେ ଥିଲେ । ତାଙ୍କ ସାଥିରେ ଅନ୍ୟ ଜଣେ ସମ୍ପର୍କୀୟ ମଧ୍ୟ ଆସିଥିଲେ । ଏକତ୍ର ଯାତ୍ରା କରିଥିବା ଏହି ପାଞ୍ଚଜଣ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଥିବା କଥା ମାର୍ଚ ୨୭ରେ ପରୀକ୍ଷାରୁ ଜଣାପଡ଼ିଛି ।

କରୋନାଭାଇରସ୍ ଲକ୍ଷଣ ଦେଖା ଦେବାରୁ ଇଂଲଣ୍ଡରୁ ଫେରିଥିବା ତାଙ୍କ ସମ୍ପର୍କୀୟ ଭାଇ ମାର୍ଚ ୧୯ ତାରିଖରୁ ନୂଆ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମାର୍ଚ ୨୦ ତାରିଖ ଦିନ ତାଙ୍କ ସ୍ୱାବ୍ ନମୁନା ପଜିଟିଭ୍ ବାହାରିଥିଲା ।

ସମ୍ବନ୍ଧିତ ଖବର