ତପି(ଗୁଜୁରାଟ) : ବୁଧବାର ଗୁରୁରାଟର ତପି ଜିଲ୍ଲାରେ ଜଣେ କମଲୀ ନାମକ ବୃଦ୍ଧା ଚିତାବାଘ ଯନ୍ତାରେ ପଶି ଯାଇଥିଲେ । ଦେହ ଥରା ଜାଡ଼ରେ ସେ ବିନା କୌଣସି ଶୀତ ବସ୍ତ୍ରରେ ଯନ୍ତା ଭିତରେ ଫସି ରହିଥିଲେ। ତାଙ୍କୁ କେହି ଦେଖି ନ ପାରିବାରୁ ଗୋଟେ ରାତି ସେ ଯନ୍ତା ଭିତରେ ଫସି ରହିଥିଲେ । ନିଜର ଚିକିତ୍ସା କରାଇବା ପାଇଁ ସ୍ଥାନୀୟ ଏକ ଔଷଧାଳୟ ଯାଇଥିବା ବେଳେ ସେଠାରୁ ଫେରୁଥିବା ସମୟରେ ସେ ଅଜାଣତରେ ଚିତାବାଘ ଯନ୍ତାରେ ପଶି ଯାଇଥିଲେ । ଶୀତ କାକରରେ ରାତି ରହିବା ପରେ ତାଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଏତେ ଶୀତରେ ରାତି ରହିବା ପରେ ତାଙ୍କୁ ଥଣ୍ଡା ଜ୍ୱର ହୋଇ ଯାଇଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି ।
/sambad/media/post_attachments/wp-content/uploads/2018/12/photo-1-300x171.jpg)
ସୂଚନା ମୁତାବକ, ଲୋଟାର୍ଭା ଗାଁରେ ଚିତାବାଘ ବୁଲୁଥିବାର ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ସେଠାରେ ଚିତାବାଘକୁ ଧରିବା ପାଇଁ ଯନ୍ତା ବସାଇଥିଲେ । କମ୍ଲୀ ଘରକୁ ଫେରୁଥିବା ବେଳେ ଅନ୍ଧାର ହୋଇଯିବାରୁ ସେ ଦେଖି ନ ପାରି ଯନ୍ତା ଭିତରେ ପଶି ଯାଇଥିଲେ । ଯାହାର କବାଟ ଆପେ ଆପେ ଲକ୍ ହୋଇ ଯାଇଥିଲା । ସକାଳୁ ଗାଁ ଲୋକେ ବୃଦ୍ଧାଙ୍କୁ ଦେଖି ତାଙ୍କୁ ଭିତରୁ ବାହାର କରି ତାଙ୍କର ଚିକିତ୍ସା କରାଇଥିଲେ ।