ନୂଆଦିଲ୍ଲୀ: ବିମାନ କର୍ମଚାରୀମାନେ ୨ ଘଣ୍ଟା ପାଇଁ ‘ୱାସ୍‌ରୁମ୍‌’କୁ ନ ଛାଡ଼ିବାରୁ ‘ସ୍ପିରିଟ୍‌ ଏୟାର୍‌ଲାଇନ୍‌ସ୍‌’ର ଗୋଟାଏ ଉଡ଼ାନ୍ତା ବିମାନର ଚଟାଣରେ ଜଣେ ମହିଳା ଯାତ୍ରୀ ପରିସ୍ରା କରିଥିବା କଥା ‘ମେଲ୍‌ ଅନ୍‌ଲାଇନ୍‌’ ରିପୋର୍ଟ କରିଛି।

Advertisment

ଗୁରୁବାର ଦିନ ଅନ୍‌ଲାଇନ୍‌ରେ ପୋଷ୍ଟ୍‌ ହୋଇଥିବା ଫୁଟେଜ୍‌ରେ ଦେଖାଯାଉଛି ଜଣେ ଅଜ୍ଞାତ ଆଫ୍ରିକୀୟ ମହିଳା ବିମାନ ଚଟାଣରେ ତଳକୁ ନୋଇଁଲା ଭଳି ବସିଛନ୍ତି। ପାଖରେ ଠିଆ ହୋଇଥିବା ଜଣେ ୟୁନିଫର୍ମ ପିନ୍ଧା ‘ସ୍ପିରିଟ୍‌ ଏୟାର୍‌ଲାଇନ୍‌ସ୍‌’ର କର୍ମଚାରୀଙ୍କୁ ସେ ଚିତ୍କାର କରି କହୁଛନ୍ତି ଯେ, ଦୁଇଘଣ୍ଟା ହେବ ତାଙ୍କୁ ପରିସ୍ରା ଲାଗିଲାଣି। ‘ୱାସ୍‌ରୁମ୍‌’କୁ ଛଡ଼ା ଯାଉନାହିଁ। ‘ବାଥ୍‌ରୁମ୍‌’ କବାଟ ବି ବନ୍ଦ ଅଛି।

publive-image Image Courtesy of NY Times

ଉପରୋକ୍ତ ଭିଡିଓ ଉତ୍ତୋଳନ କରିଥିବା ‘ସ୍ପିରିଟ୍‌ ଏୟାର୍‌ଲାଇନ୍‌ସ୍‌’ର ଜଣେ ‘ଆଟେଣ୍ଡାଣ୍ଟ୍‌’ ସେ ମହିଳାଙ୍କୁ ସେ କହିଥିଲେ, କ୍ୟାମେରା ଆଡ଼କୁ ଚାହିଁ ‘ହାଲୋ’ କୁହନ୍ତୁ। ଚିଡ଼ିଯାଇ ମହିଳା ଯାତ୍ରୀ କହିଲେ, ମତେ ଦୁଇଘଣ୍ଟା ହେଲା ପରିସ୍ରା ଲାଗିଲାଣି। କବାଟ ବନ୍ଦ କରି ତୁମେ କହୁଛ ଯାଇ ହେବନି। ତୁମର ଯାହା ଇଚ୍ଛା ତାହା କର। ୱାରେଣ୍ଟ୍‌ ପଠାଇ ମତେ ଗିରଫ କଲେ ବରଂ ଭଲ ହେବ।

ପ୍ରତ୍ୟୁତ୍ତରରେ ‘ଆଟେଣ୍ଡାଣ୍ଟ୍‌’ କହିଥିଲେ, ତୁମ ପରିସ୍ରା ଦୁର୍ଗନ୍ଧ କରୁଛି, ବରଂ କିଛି ପାଣି ପିଅନ୍ତୁ।

ଏହାପରେ ମହିଳାଯାତ୍ରୀଜଣକ ପ୍ୟାଣ୍ଟ୍‌ ପିନ୍ଧି ସେଠାରୁ ଚାଲିଯାଇଥିଲେ।

ଜୁଲାଇ ୨୦ ତାରିଖରେ ‘ଆଫ୍ରିକାନ୍‌-ଆମେରିକାନ୍‌’ ବିମାନରେ ଘଟିଥିବା ଏ ଘଟଣା ସଂକ୍ରାନ୍ତରେ ‘ସ୍ପିରିଟ୍‌ ଏୟାର୍‌ଲାଇନ୍‌ସ୍‌’ କୌଣସି ବିବୃତି ଦେଇନାହିଁ।