ବିବାହ ପରେ ସ୍ୱାମୀଙ୍କର ନୁହେଁ ସ୍ପର୍ମ ଡୋନରଙ୍କ ପିଲାର ମା’ ହେବାକୁ ଚାହୁଁଥିଲେ ପତ୍ନୀ,ଫେସ୍ବୁକ୍ରେ ପତ୍ନୀଙ୍କ ଏଭଳି ଅଜବ ଇଚ୍ଛା ପଛର କାରଣ ଜଣାଇଲେ ସ୍ୱାମୀ
ନୂଆଦିଲ୍ଲୀ : ଆମେରିକାରେ ଜଣେ ମହିଳା ବିବାହର ୩ ବର୍ଷ ପରେ ମା’ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ପତ୍ନୀଙ୍କ ଏଭଳି ଇଚ୍ଛା ଜାଣି ସ୍ୱାମୀ ଖୁସି ହେବା ସହ ଶାରୀରିକ ସଂପର୍କ ସ୍ଥାପନ କରିବାକୁ ଯିବା ପରେ ମନା କରି ଦେଇଥିଲେ ପତ୍ନୀ । ମୋତେ ମନା କଲେ ତୁମର ମା’ ହେବାର ଇଚ୍ଛା କିପରି ପୂରଣ ହେବ ବୋଲି ପଚାରିଥିଲେ ସ୍ୱାମୀ। ଏହାର ଉତ୍ତର
Sambad is now on WhatsApp
Join and get latest news updates delivered to you via WhatsApp
ରେ ମୁଁ ତୁମର ନୁହଁ, ଜଣେ ସ୍ପର୍ମ ଡ଼ୋନରଙ୍କ ପିଲାର ମା’ ହେବାକୁ ଚାହୁଁଛି କହିଥିଲେ ପତ୍ନୀ । ପତ୍ନୀଙ୍କ ଏଭଳି ଇଚ୍ଛା ଜାଣି ସ୍ୱାମୀ ଆଶ୍ଚର୍ଯ୍ୟ ହେବା ସହ ଏହା ପଛର କାରଣ ତାଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିଥିଲେ । ଦୁଃଖରେ ଭାଙ୍ଗି ପଡ଼ିବା ପରେ ସେ ନିଜର ଦୁଃଖ ସୋସିଆଲ ମିଡିଆରେ ସେୟାର କରିଥିଲେ ।
ସେ କରିଥିବା ପୋଷ୍ଟ ଅନୁଯାୟୀ,ମୁଁ ଅସୁନ୍ଦର ଥିବାରୁ ଆମର ପିଲା ଯେମିତି ଅସୁନ୍ଦର ନ ହୁଅନ୍ତୁ,ସେ ନେଇ ମୋ ପତ୍ନୀ ସ୍ପର୍ମ ଡ଼ୋନରଙ୍କ ପିଲାର ମା’ ହେବାକୁ ଇଚ୍ଛା କରିଥିବା ଲେଖିଛନ୍ତି ସ୍ୱାମୀ । ପୀଡ଼ିତଙ୍କ ଏଭଳି ପୋଷ୍ଟ ପରେ ତାଙ୍କ ପତ୍ନୀଙ୍କୁ ସମସ୍ତେ ସମାଲୋଚନା କରିବା ଆରମ୍ଭ କରିଛନ୍ତି ।